ଏହି ବିଷୟରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଦେଶର ବୀର ଅଭିନନ୍ଦନଙ୍କ କାହାଣୀ ତାଙ୍କର ପାକିସ୍ତାନରୁ ଫେରିବା ପରେ ରାଜସ୍ଥାନର ମାଧ୍ୟମିକ ବୋର୍ଡର ପୁସ୍ତକରେ ସାମିଲ କରାଯିବାକୁ ସୁପାରିଶ କରାଯାଇଥିଲା। ଏବେ ଚଳିତ ବର୍ଷଠୁ ରାଜ୍ୟର ନବମ ଶ୍ରେଣୀର ଛାତ୍ର-ଛାତ୍ରୀ ଅଭିନନ୍ଦନଙ୍କ ଶୌର୍ଯ୍ୟ ଓ ବୀରତ୍ଵର ଗାଥା ନିଜର ସାମାଜିକ ବିଜ୍ଞାନ ବହିରେ ପଢିବେ।
ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ନବମ ଶ୍ରେଣୀର ସାମାଜିକ ବିଜ୍ଞାନରେ ଅଭିନନ୍ଦନଙ୍କ କାହାଣୀ “ରାଷ୍ଟ୍ରୀୟ ସୁରକ୍ଷା ଏବଂ ଶୌର୍ଯ୍ୟ ପରାକ୍ରମ” ନାମକ ଚାପଟର ବିନା କୌଣସି ଶୀର୍ଷକ ସହିତ ସାମିଲ କରିଛି। ଅଭିନନ୍ଦନଙ୍କ ଏହି କାହାଣୀରେ ପୁଲଓ୍ଵାମା ହମଲା ପରେ ଭାରତ ଦ୍ଵାରା ପାକିସ୍ତାନର ବାଲାକୋଟରେ ଜୈଶ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ମାତ୍ର ଏଥିରେ କେନ୍ଦ୍ର ସରକାର ଓ ମରିଥିବା ଆତଙ୍କୀଙ୍କ ସଂଖ୍ୟା ବିଷୟରେ ଉଲ୍ଲେଖ କରାଯାଇ ନାହିଁ।