ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବଲାରଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଷପିଇ ପ୍ରେମୀ ଯୁଗଳ ଅତ୍ମହତ୍ୟା କରିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଉଭୟଙ୍କ ମୃତ୍ୟୁ ହୋଇଛି । ଗାଁରେ ଜଣେ ନାବାଳିକୁ ଗାଁର ଅନ୍ୟ ଜଣେ ଯୁବକ ପ୍ରେମ କରୁଥିଲେ ।
ଉଭୟ ପରିବାର ଏହି ସମ୍ପର୍କକୁ ବିରୋଧ କରିବାରୁ ଉଭୟ ଆଜି ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାର ସୋନପୁର ମୁଖ୍ୟ ଡାକ୍ତରଖାନରେ ଆଣାଯାଇଥିଲା ।ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।