Odia News Portal

ତକ୍ଷଶୀଳା ଆର୍କେଡରେ ଅଗ୍ନିକାଣ୍ଡ, ୧୬ ମୃତ

ସୁରଟ()    ସୁରଟର ତକ୍ଷଶୀଳା ଆର୍କେଡରେ ନିଆଁ ଲାଗିଯାଇଛି। ଫଳରେ ଏପର୍ୟ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିଆଁ ଲାଗିଥିବା ବିଲ୍ଡିଂରେ ଏବେବି ଅନେକ ଲୋକ ଓ ପିଲା ଫସି ରହିଥିବା ସୁରାଟ ପୋଲିସ କମିଶନର ସତୀଶ କୁମାର ମିଶ୍ର କହିଛନ୍ତି। ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ନିଆଁ ଏତେ ଭୟଙ୍କରଯେ ଲୋକେ ଜୀବନ ପଞ୍ଚାଇବା ପାଇଁ ବିଲ୍ଡିଂରୁ ଡେଇଁପଡୁଥିବା ଦେଖାଯାଉଛି। ନିଆଁ ଲାଗିବା ବେଳେ ବିଲ୍ଡିଂରେ ଏକ କୋଚିଂ କ୍ଲାସ ଚାଲିଥିଲା। ଏଣୁ ସେଠାକୁ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।