Odia News Portal

ଓଡ଼ିଶା ଆସିବ କଳ୍ପନାଙ୍କ ମର ଶରୀର

ଭୁବନେଶ୍ୱର()   ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ଓଡ଼ିଶାକୁ ଅଣାଯିବ ।ଏ ନେଇ ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି । ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ ବୋଲି ଜଣାପଡ଼ିଛି ।

ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା ୫୨ ବର୍ଷୀୟା କଳ୍ପନା ଗୁରୁବାର ମଧ୍ୟାହ୍ନରେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶିଖରରୁ ଅବତରଣ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସେ ଏଭରେଷ୍ଟର ବାଲକୋନି ଏରିଅ ।ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ କ୍ରିଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳ୍ପନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, କଳ୍ପନା ଏଭରେଷ୍ଟ ସମେତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଅ ।ମେରିକା ଓ ଅଷ୍ଟେ୍ରଲିଅ ।ର ବିଭିନ୍ନ ଶୃଙ୍ଗକୁ ସଫଳତାର ସହ ଚଢ଼ିଥିଲେ । ୨୦୦୮ରେ ସେ ନେପାଳ ବାଟ ଦେଇ ସଫଳତାର ସହ ଏଭରେଷ୍ଟ ଚଢ଼ି ଇତିହାସ ସୃଷ୍ଟି କରିଥିଲେ ।