Odia News Portal

ଦଶମ ଶ୍ରେଣୀର ବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲେ ୩ବନ୍ଧୁ

ମଣ୍ଡି : ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଜୋଗେନ୍ଦ୍ରନଗର ଉପମଣ୍ଡଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜୋଗେନ୍ଦ୍ରନଗର ଥାନା ପୋଲିସ୍ ପରିବାର ଲୋକଙ୍କ ଅଭିଯୋଗରେ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ନାବାଳିକାଙ୍କ ବୟସ ୧୫ବର୍ଷ ବୋଲି ଜଣା ପଡ଼ିଛି। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ନାବାଳିକାଙ୍କ ଅଭିଭାବକଙ୍କୁ କେହି ଜଣେ କହିଥିଲେ ଯେ ତାଙ୍କ ଝିଅର ଫଟୋ କିଭଳି ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହି ମାମଲାରେ ୩ଜଣ ଯୁବକ ସଂଶ୍ଲିଷ୍ଟ ଥିବା ସୂଚନା ମିଳିଛି।