Odia News Portal

କଳ୍ପନାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର()  ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୁବନେଶ୍ୱର ଅଣାଯିବ।

ସୂଚନାଯୋଗ୍ୟ, ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ ଟିମ୍ କାଠମାଣ୍ଡୁ ଯାଇଛନ୍ତି। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ସାମିଲ ଅଛନ୍ତି।