ଲକ୍ଷ୍ନୌ() ଏଣିକି ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ବୈଠକରେ ବସି ପାରିବେ ନାହିଁ । କ୍ୟାବିନେଟ୍ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ। କିନ୍ତୁ ମୋବାଇଲ୍ ଫୋନ୍ ଯୋଗୁ ସେମାନେ ଉକ୍ତ ପ୍ରସଙ୍ଗ ଉପରେ ଫୋକସ କରିପାରନ୍ତିନାହିଁ। ତେଣୁ ଏଣିକି ବୈଠକରେ ଆଲୋଚିତ ହେଉଥିବା ପ୍ରସଙ୍ଗ ଉପରେ ମନ୍ତ୍ରୀ ଓ ଅଫିସରମାନେ କେମିତି ଅଧିକ ଧ୍ୟାନ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।