Odia News Portal

ମୋଦିଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ନୂଆଦିଲ୍ଲୀ()   ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ୍ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି।

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କ୍ୟାଟ୍ରିନା ଏଭଳି କହିଛନ୍ତି। ସାକ୍ଷାତକାର ସମୟରେ କ୍ୟାଟ୍ରିନାଙ୍କୁ କାହା ସହ ଡିନର୍ କରିବାକୁ ଇଚ୍ଛା ବୋଲି ପଚରା ଯାଇଥିଲା। ସେ ଏହି ସମୟରେ ମୋଦିଙ୍କ ନାଁ ନେଇଥିଲେ। ସେ କହିଥିଲେ, “ମୁଁ ୩ ଜଣଙ୍କ ସହ ଡିନର କରିବାକୁ ଚାହେଁ। ସେମାନେ ହେଲେ ମ୍ୟାରୀଲିନ ମନରୋ, ନରେନ୍ଦ୍ର ମୋଦି ଜୀ ଏବଂ କଣ୍ଡୋଲିଜା ରାଇସ।”