ଜୟପୁର() ସଚିବାଳୟରେ ସୋମବାର ଦିନ ଖାଦ୍ୟ ଏବଂ ଯୋଗାଣ ବିଭାଗ ସଚିବ ମୁଗ୍ଧା ସିହ୍ନା ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରୁଥିଲେ ।ବୈଠକରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ ଚାଲିଥିଲା । ରାଜ୍ୟର ସମସ୍ତ ଅଧିକାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ଥିଲେ ଏବଂ ଆଲୋଚନା ମଧ୍ୟ ଚାଲିଥିଲା ।ଏହି ସମୟରେ ଭିଡିଓ କନଫରେନ୍ସିଂ ସ୍କ୍ରିନ୍ ଉପରେ ପ୍ରାୟ ୧୫ସେକେଣ୍ଡ ପର୍ୟ୍ୟନ୍ତ ଅଶ୍ଳୀଳ ଭିଡିଓ ଚାଲିଥିଲା । ଅଶ୍ଳୀଳ ଭିଡିଓ ଦେଖି ସମସ୍ତ ଅଧିକାରୀ ହତବାକ୍ ହୋଇ ରହିଗଲେ ।
ଏହାପରେ ଖାଦ୍ୟ ଏବଂ ଯୋଗାଣ ବିଭାଗ ସଚିବ ମୁଗ୍ଧା ସିହ୍ନା କିଛି ସମୟ ପାଇଁ ବୈଠକ ବନ୍ଦ କରିଦେଇଥିଲେ । ଏହି ଘଟଣାର ଯାଞ୍ଚ ପାଇଁ ଏନଆଇସିକୁ ଚିଠି ଲେଖାଯାଇଛି ।
କୁହାଯାଉଛି ଯେ, ଯେତେବେଳେ ଜଣେ ଅଧିକାରୀ ଲାପଟପ ଚଲାଉଥିଲେ ତେବେ ହଠାତ୍ ପପଅପ ବିଜ୍ଞାପନ ଆସିଥିଲା । ପପଅପ୍ ଉପରେ ଭୁଲରେ କ୍ଲିକ୍ ହୋଇଯାଇଥିଲା ଯାହା ଫଳରେ ଅଶ୍ଳୀଳ ଓ୍ବେବସାଇଟ୍ ଖୋଲିଯାଇଥିଲା ।