Odia News Portal

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନ ପରେ ଏହା ଦୁଇ ନେତାଙ୍କ ପ୍ରଥମ ଭେଟଘାଟ। ରାଜ୍ୟରେ ବାତ୍ୟା ଫନି ଜନିତ କ୍ଷୟକ୍ଷତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିପାରନ୍ତି ନବୀନ । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର‌୍ୟ୍ୟୟର ସାମନା କରୁଥିବାରୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ ସେ ଦୋହରାଇ ପାରନ୍ତି । ନଚେତ୍ ପ୍ରାକୃତିକ ବିପର‌୍ୟ୍ୟୟ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅନୁଦାନ ଦେବାକୁ ଦାବି କରିପାରନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ । ଏହାବ୍ୟତୀତ ଲୋକସଭା ଉପବାଚସ୍ପତି ପଦ ନିର୍ବାଚନ ନେଇ ବି ଦୁଇ ନେତା ଆଲୋଚନା କରିପାରନ୍ତି। ଆସନ୍ତା ୧୫ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ପଞ୍ଚମ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ବୈଠକରେ ଯୋଗ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ।