Odia News Portal

ଦେଶର ଯବାନ୍‌ ହେବେ କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲ

ମାଲକାନଗିରି : କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍‌। ଏମିତି ଏକ ଅଭିନବ ଚିନ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ଅଭିନବ ପନ୍ଥା ଅବଲମ୍ବନ କରିଛି।

ତା ସହ ସୁରକ୍ଷା ବାହିନୀରେ ସାମିଲ କରିବା ଲାଗି ୧୫ଜଣ କିନ୍ନର ଓ ୧୦ ଜଣ ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କୁ ତାଲିମ ଦିଆଯାଉଛି। ଏମାନଙ୍କୁ ମାଲକାନଗିରି ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ପ୍ରତିଦିନ ସକାଳେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଦୁଇ ଘଣ୍ଟା ଧରି ତାଲିମ ନେଉଛନ୍ତି । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଏସ୍‌ପିକୁ ଧନ୍ୟବାଦ ଦେଇଛନ୍ତି ଏମାନେ। ଏମାନଙ୍କୁ ତାଲିମ ଦେବାର ସମସ୍ତ ଖର୍ଚ୍ଚ ବହନ କରୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ।