ଓଡ଼ିଶାରେ ହିଟ ହେବାକୁ ଯାଉଛି ବାତ୍ୟା ଅକଓ୍ବାନ । ୨୦ ତାରିଖ ମଧ୍ୟାହ୍ନରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରରେ ସ୍ଥଳଭାଗ ଛୁଇଁବ ବାତ୍ୟା । ବାତ୍ୟା ପୂର୍ବରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବା ସହ ସମୁଦ୍ର ମଧ୍ୟ ଅଶାନ୍ତ ହେବାରେ ଲାଗିଛି । ପୁରୀ ବିଚ୍କୁ ପର୍ଯ୍ୟଟକଙ୍କୁ ନଯିବାକୁ ବାରଣ କରାଯାଇଛି । କେହି ଯେମିତି ସମୁଦ୍ର କୂଳକୁ ନଯାନ୍ତୁ ସେଥିପାଇଁ ଘନଘନ ପେଟ୍ରୋଲିଂ କରୁଛି ପୋଲିସ । ପୁରା ବିଚକୁ ଖାଲି କରାଯାଇ ସେଠାରେ ନାଲି ପତାକା ଲାଗାଯାଇଛି । ଯେଉଁ ପର୍ଯ୍ୟଟକ ରହିଯାଇଛନ୍ତି ଡାକବାଜି ଯନ୍ତ୍ର ସାହଯ୍ୟରେ ସେମାନଙ୍କୁ ସମୁଦ୍ରକୂଳ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଏବେ ଗୋପାଳପୁରଠାରୁ ୪୯୦ କିମି, ପୁରୀ ଠାରୁ ୫୫୦ କିମି ଦୂରରେ ରହିଛି ବାତ୍ୟା। କଳିଙ୍ଗପାଟନମ ଠାରୁ ୪୦୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି।