“ଭାରତ” ରିଲିଜ ହେବା ପରେ ଫିଲ୍ମ ଓ ବିବାହକୁ ନେଇ କ୍ୟାଟ୍ ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କ୍ୟାଟ୍ରିନାଙ୍କ ରିଲେସନସିପ୍ ଲିଷ୍ଟରେ ବଲିଉଡର ଅଭିନେତା ସଲମାନ ଖାନ ଓ ରନବୀର କପୁରଙ୍କ ନାଁ ଅଛି। ରଣବୀର କପୁର ଓ କ୍ୟାଟ୍ରିନାଙ୍କ ରିଲେସନ ଅଧିକ ସମୟ ଚାଲିନଥିଲା।
ଏବେ ପୁଣି ଥରେ କ୍ୟାଟ୍ରିନା ସଲମାନ ଖାନଙ୍କ ପ୍ରେମରେ ପାଗଳ ହୋଇଛନ୍ତି। ଉଭୟଙ୍କୁ ଏବେ ବହୁତ ବୁଲାବୁଲି କରିବାର ସ୍ପଟ୍ କରାଯାଇଛି । ଅଧିକାଂଶ ସମୟରେ ଦୁହେଁ ଡିନରରେ ଯାଉଛନ୍ତି।ରିପୋର୍ଟ ଅନୁସାରେ ଉଭୟ ୨୦୧୯ ଶେଷ ବେଳକୁ ବିବାହ କରିପାରନ୍ତି। ତେବେ ଏହି ବିଶେଷ ଖବରର କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ସତ କିନ୍ତୁ ଉଭୟ ଏବେ ପରସ୍ପରଙ୍କ ସହ ବହୁତ ସମୟ ବିତାଇବାର ନଜର ଆସିଛନ୍ତି।