Odia News Portal

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର : ଆଜି ଆଇଏଏସ ଓ ଓଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଅର୍ଚ୍ଚନା ପଟ୍ଟନାୟକ ଉଠା ଜଳସେଚନ ନିଗମର ଏମଡି ଭାବେ ବଦଳି ହୋଇଥିବା ବେଳେ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଦାଶରଥୀ ଶତପଥୀଙ୍କୁ ଓଡିଶା ବିଧାନସଭା ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ନିର୍ମଳଚନ୍ଦ୍ର ମିଶ୍ର ପର୍ଯ୍ୟଟନ ନିର୍ଦ୍ଦେଶକ ହୋଇଛନ୍ତି । ଅନ୍ୟପଟେ ଅରବିନ୍ଦ ଅଗ୍ରୱାଲଙ୍କୁ ସାମାଜିକ ସୁରକ୍ଷା ମିଶନ ଓ ମିଶନ ଶକ୍ତି ନିର୍ଦ୍ଦେଶକ, ଯାମିନୀ ଷଡଙ୍ଗୀଙ୍କୁ ରାଜ୍ୟ ଭେଷଜ ନିଗମର ପରିଚାଳନା ନିର୍ଦ୍ଦେଶକ,ରଘୁ ଜିଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଅନନ୍ୟା ଦାଶଙ୍କୁ ସିଏମସି କମିଶନର ଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବିଏମସି କମିଶନର ସହ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ଏହାସହ ୯ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି । ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ସହ ବାଲେଶ୍ୱର ପାଇଁ ସୁଦର୍ଶନ ଚକ୍ରବର୍ତ୍ତୀ, କୋରାପୁଟ ପାଇଁ ଡ.ପୋମା ଟୁଡୁ, ନୂଆପଡା ପାଇଁ ମଧୁସ୍ମିତା ସାହୁ, ବୌଦ୍ଧ ପାଇଁ ଲଲାଟେନ୍ଦୁ ମିଶ୍ର, ଖୋର୍ଦ୍ଧା ପାଇଁ ସୀତାଂଶୁ କୁମାର ରାଉତ, ଜଗତସିଂହପୁର ପାଇଁ ସଂଗ୍ରାମ କେଶରୀ ମହାପାତ୍ର, ଝାରସୁଗୁଡା ପାଇଁ ଜ୍ୟୋତିରଞ୍ଜନ ପ୍ରଧାନ, କଟକ ପାଇଁ ଭବାନୀ ଶଙ୍କର ଚଇନିଙ୍କୁ ବଦଳି କରାଯାଇଛି ।