ଭୁବନେଶ୍ୱର : ଏଥର ସ୍ୱାଭାବିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିଲେ ବି ବନ୍ୟା ମରୁଡି ପରିସ୍ଥିତିର ସମ୍ଭାବନାକୁ ଏଡାଇ ହେବନି । ତେଣୁ ଉଭୟ ବନ୍ୟା ଓ ମରୁଡି ପାଇଁ ସମସ୍ତେ ପ୍ରସ୍ତୁତ ରୁହ । ଏଥିସହିତ ବର୍ଷା ଋତୁ ଆରମ୍ଭ ହୋଇସାରିଥିବାରୁ ଦୁର୍ବଳ ନଦୀବନ୍ଧର ମରାମତି ସାଙ୍ଗକୁ ଯେକୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆ୍ୟାଇଛି । ଆଜି ରାଜ୍ୟ ସ୍ତରୀୟ ବିପର୍ୟ୍ୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଏହି ପରାମର୍ଶ ଦେଇଛନ୍ତି ।


ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପୋକସ ରାଜ୍ୟ ଦାବିକୁ ସମର୍ଥନ ଜଣାଇଥିଲେ । କହିଥିଲେ ଯେ, ରାଜ୍ୟ ଯେପରି ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଆର୍ଥିକ ଅନୁଦାନ ଦେବାକୁ ମିଳିତ ଭାବେ ଦାବି ହେବା ଉଚିତ ।