ନୂଆଦିଲ୍ଲୀ() ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରୁକରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳ ବିହାରୀ ବାଜପେୟୀଙ୍କ ବାବଦରେ ଭୁଲ ତଥ୍ୟ ଦେଇଦେଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଯାହା ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବକ୍ତବ୍ୟ ରଖିବା ସମୟରେ କହିଥିଲେ ଯେ, ୧୯୭୧ ମସିହାରେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରୁଥିଲେ ।ସେ ଇନ୍ଦିରାଙ୍କୁ ଦୁର୍ଗା ବୋଲି କହିଥିଲେ । କଂଗ୍ରେସ ମଧ୍ୟ ଭଲ କଥା ପାଇଁ ପ୍ରଶଂସା କରିବା ଆବଶ୍ୟକ ।
ତେବେ ଖୋଦ ଅଟଳ ଜୀବିତ ଥିବା ସମୟରେ ଏ କଥାକୁ ଅସ୍ୱୀକାର କରିଥିଲେ । ବାଜପେୟୀ ସ୍ପଷ୍ଟ ଭାବେ ଗଣମାଧ୍ୟମକୁ କହିଥିଲେ ଯେ ସେ ଇନ୍ଦିରାଙ୍କୁ ଏଭଳି କିଛି ବି ସମ୍ବୋଧନ କରିନଥିଲେ । ସେତେବେଳେ ବାଜପେୟୀ ଇନ୍ଦିରାଙ୍କୁ ଦୁର୍ଗା କହିଥିବାର ଆଲୋଚନା ହୋଇଥିଲା । କିନ୍ତୁ ବାଜପେୟୀ ଏହି କଥା ଖଣ୍ଡନ କରିଥିଲେ ।