ମୁହଁର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଓଠ । ଓଠ କଳା ପଡିବା ଦ୍ବାରା ମୁହଁର ସୌନ୍ଦର୍ୟ୍ୟ ନଷ୍ଟ ହୋଇଥାଏ । ଓଠ କଳା ହେବାର ବିଭିନ୍ନ କାରଣ ରହିଛି । ଜୀବନଶୈଳୀରେ ପରିବର୍ତ୍ତନ, ସୂର୍ୟ୍ୟ କିରଣର ପ୍ରଭାବ, କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର ଏବଂ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ ଓଠରେ କଳାପଣ ଦେଖାଯାଇଥାଏ । ଏହା ବ୍ୟତୀତ ହର୍ମୋନ ଅସନ୍ତୁଳନ ଯୋଗୁଁ ମଧ୍ୟ ଓଠ କଳା ପଡିଥାଏ ।

ନଡିଆତେଲ : ଓଠକୁ ଗୋଲାପ ଓ ନରମ କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଲଗାଇ ଶୁଅନ୍ତୁ । କିଛି ଦିନ ଏପରି କରିବା ଦ୍ବାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ ।

ବିଟ୍ ରସ : ଓଠରେ ବିଟ୍ ରସ ଲଗାଇବା ଦ୍ବାରା କଳାପଣ ଦୂର ହେବା ସହ ଗୋଲାପି ରଙ୍ଗ ହୋଇଥାଏ ।
କାକୁଡି : କାକୁଡି ରସ ସହ ନଡିଆ ବା ପଇଡ ପାଣି ଏବଂ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା ଓଠର କଳାପଣ ଦୂର ହୋଇଥାଏ ।
ହଳଦୀ : ହଳଦୀ ପାଉଡର ସହ ସର ମିଶାଇ ଲଗାଇଲେ ଓଠରୁ କଳାପଣ ଦୂର ହେବ