Odia News Portal

ଶାସ୍ତ୍ରୀନଗର ଓ ନୁଆସାହିରେ ବୃକ୍ଷରୋପଣ କାର୍ଯ୍ୟକର୍ମ

ଭୁବନେଶ୍ବର : ନୟାପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ଶାସ୍ତ୍ରୀନଗର ଓ ନୁଆସାହିରେ ସମାଜସେବୀ ସରସ୍ବତୀ ଦାସ, ପ୍ରଭାସିନୀ ସ୍ୱାଇଁ ଓ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଶାସ୍ତ୍ରୀନଗର ମହିଳା ସାମାଜିକ ସଂସ୍କୃତିକ ସୁରକ୍ଷା ପରିଷଦ ଓ ନୁଆସାହି ବରିଷ୍ଠ ନାଗରିକଙ୍କ ମାନଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକର୍ମ କରାଯାଇଥିଲା । ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ହୋଇ ବୃକ୍ଷରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ ରାଣୀ ରାଜହଂସ, ଉତମା ପ୍ରହରାଜ, ପୁଷ୍ପଲତା ବିଶ୍ୱାଳ, ପ୍ରଣତି ସାହୁ ବରିଷ୍ଠ ନାଗରିକ ରାହାସ ବିହାରୀ ପାଣି, ପ୍ରଭାତ କିଶୋର ରାଉତ, ନିରଞ୍ଜନ ସିଂହ, ପ୍ରକାଶ ଚନ୍ଦ୍ର ନାୟକ, ଚିତ୍ତ ରଞ୍ଜନ ନାୟକ, ଭରତ ଚନ୍ଦ୍ର ମିଶ୍ର ପୂର୍ବତନ କର୍ପୋରେଟର ରାମନାଥ ସାମନ୍ତରାୟ ଓ ସାଗର ବଳବନ୍ତରାୟ ସମତେ ଅଂଚଳରେ ବରିଷ୍ଠ ନାଗରିକ ମହିଳା ଓ ଯୁବକ ବନ୍ଧୁମାନେ ସାମିଲ ଥିଲେ ।