ଭୁବନେଶ୍ବର : ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡାକିଲେ ମୁଖ୍ୟମନ୍ତ୍ରୀ। ସକାଳ ସାଢେ ୯ଟାରେ ସମସ୍ତ ନୂଆ ବିଧାୟକଙ୍କୁ ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସଂଗଠନକୁ ସୁଦୃଢ କରିବା ପ୍ରସଙ୍ଗରେ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି। ସେହିପରି ସକାଳ ସାଢେ ୧୦ଟାରେ ପୁରୁଣା ବିଧାୟକଙ୍କୁ ଡକାଯାଇଛି। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଥିବା ବେଳେ ନବୀନ ବିଧାୟକମାନଙ୍କୁ ଭେଟିବା ରାଜନୈତିକ ମହଲରେ ବେଶ ଗୁରୁତ୍ୱ ବହନ କରୁଛି। ଏଥିରେ ଆଗାମୀ ପୌର ଓ ସମବାୟ ନିର୍ବାଚନ ଓ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ପାଇଁ ନିର୍ଦ୍ଦେଶ ଦେବା ମଧ୍ୟ ଚର୍ଚ୍ଚା ହେଉଛି।
