Odia News Portal

ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍

କୋଲକତା()  ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ ନୁସରତ୍ । କୋଲକତାର ଆଇଟିସି ରୟାଲ୍ରେ ଏହି ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ସିନେ ଜଗତର ଅନେକ ଷ୍ଟାରଙ୍କ ସହିତ ବଡ଼ ବଡ଼ ବ୍ୟବସାୟୀ ଓ ବହୁ ରାଜନେତା ଯୋଗ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ବି ପାର୍ଟିରେ ସାମିଲ ହୋଇଥିଲେ।

ରିସେପ୍ସନ୍ ପାର୍ଟିରେ ନୁସରତ୍ଙ୍କ ଟ୍ରାଡିସ୍ନାଲ୍ ଲୁକ୍ ଖୁବ୍ ଷ୍ଟନିଂ ଲାଗୁଥିଲା। ମେରୁନ୍ କଲରର ଭେଲଭେଟ୍ ଲେହେଙ୍ଗାରେ ସେ ପରୀ ଭଳି ଦେଖା ଯାଉଥିଲେ। ଏଥିସହ ବ୍ରାଇଡାଲ ଲୁକ୍କୁ ପରଫେକ୍ଟ କରିବାକୁ ସେ ହାତରେ ଲାଲ ଚୁଡ଼ା, ହେବି ଜୁଏଲାରୀ ଓ କମ୍ ମେକଅପ୍ ନେଇଥିଲେ। ଏଥିସହ ବେକରେ ମଙ୍ଗଳସୂତ୍ର ବି ପିନ୍ଧିଥିଲେ। ସେହିପରି ଟିଏମ୍ସି ସାଂସଦ ତଥା ନୁସରତ୍ଙ୍କ ଖାସ୍ ବନ୍ଧୁ ମିମି ଚକ୍ରବର୍ତ୍ତୀ ମଧ୍ୟ ପାର୍ଟିରେ ଖୁବ୍ ସୁନ୍ଦର ଲାଗୁଥିଲେ। ରିସେପ୍ସନ୍ ପାର୍ଟିରେ ଇଟାଲିୟାନ ଓ ବେଙ୍ଗଲିର ଖାସ୍ ଖାସ୍ ଭେଜ୍ ଓ ନନଭେଜ ଡିସ୍ ସହିତ ଭଳିକି ଭଳି ମିଠା ପରଷା ଯାଇଥିଲା।