ଭୁବନେଶ୍ୱର ( ଚକ୍ରଧର ମାଝି ) : ବିପିୟୁଟି ଓ ଡିପ୍ଲୋମା ଛାତ୍ର
ସଂଗଠନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ୟୁନିଟ୍ ୩
ସ୍ଥିତ ଅନ୍ଧମୁକ ବଧିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ
ହୋଇଯାଇଛି । ଛାତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିଜୟ
ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମଧ୍ୟ
ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ବିଧାୟକ ସୁଶାନ୍ତ
କୁମାର ରାଉତ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ
ମାନପତ୍ର, ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିସହିତ ଛାତ୍ର ସଂଗଠନର ମୌଳିକ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଭୁବନେଶ୍ୱରରେ ବି.ପି.ୟୁ.ଟିର ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ସ୍ମରଜିତ୍ ଆର୍ଯ୍ୟ, ସଭାପତି ମାନସ ରଞ୍ଜନ ସ୍ୱାଇଁ, ସଚିବ ଦିପକ କୁମାର ଦାସ ଓମହେନ୍ଦ୍ର ନାୟକ, ଅମୁଲ୍ୟ କର, ସୁଜିତ୍ ରାଉତରାୟ, ସୌରଭ
ଶ୍ରୀଚନ୍ଦନ, ପ୍ୟାରିମୋହନ ଜେନା, ଶେଖର ବିଶ୍ୱାଳ, ସାଗର
ବିଶ୍ୱାଳ, ଦିବ୍ୟ ରଞ୍ଜନ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
ଉଭୟ ଛାତ୍ର ସଂଗଠନ ପକ୍ଷରୁ ବହୁ ଛାତ୍ର ଯୋଗଦେଇଥିଲେ ।
ଶେଷରେ ସଂଗଠନର ଉପଦେଷ୍ଟା ସମାପ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
