Odia News Portal

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ଦମ କେତେ ଆସନ୍ତୁ ଜାଣିବା

 ପ୍ରଥମ ସେମିଫାଇନାଲରେ ପଏଣ୍ଟ ଟେବୁଲ ଟପ୍‌ ଟିମ୍‌ ବନାମ ପଏଣ୍ଟ ଟେବୁଲର ଲାଷ୍ଟ ଟିମ ସହ ଲଢ଼େଇ । ଏମିତି ପରିସ୍ଥିତିରେ ଆଉ ଥରେ ବିଶ୍ବ ବିଜେତା ହେବା ପାଇଁ ଟିମ୍‌ ଇଣ୍ଡିଆକୁ ଆଉ ଦୁଇ ପାଦର ଅପେକ୍ଷାଟ୍ଟ ପୁଣି ଥରେ କମ୍ପିବ ଆଇକନିକ ଏମିରେଟସ୍‌ ଓଲ୍ଡ ଟ୍ରାଫଡ ଷ୍ଟାଡିୟମ। ମାଞ୍ଚେଷ୍ଟରରେ ଜଲୱା ଦେଖାଇବ ମେନ୍‌ ଇନ ବ୍ଲୁ । ଆଉ ଏକ ରେଡର୍କ ଅପେକ୍ଷାରେ ରୋହିତ ଶର୍ମା । ଏଥର ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ମୁହାଁମୁହିଁହେବେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ।
କାରଣ ଲିଗ ପ୍ରର‌୍ୟ୍ୟାୟରେ ବର୍ଷା ଧୋଇଦେଇଥିଲା ମ୍ୟାଚ ।  ତେବେ ଲଗାତର ତନୋଟି ମ୍ୟାଚ ହାରି ଭଲ ସ୍ଥିତିରେ ନାହିଁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ । ସେପଟେ ଲିଗ୍‌ ପ୍ରର‌୍ୟ୍ୟାୟରେ ଚିତାକର୍ଷକ ପ୍ରଦର୍ଶନ କରି ବେଶ ଉତ୍ସାହିତଅଛି ବିରାଟ ବାହିନୀ ।
୨୦୦୩ ପରେ ଉଭୟ ବିଶ୍ବକପ୍‌ ମଇଦାନରେ ଆମ୍ନାସାମ୍ନା ହେଉଥିବାରୁ  ଏକ ଚିତାକର୍ଷକ ମ୍ୟାଚର ଆଶା ରଖିଛନ୍ତି ଉଭୟ ଦେଶର ଫ୍ୟାନ । ବିଶ୍ବକପ୍‌ ଲିଗ୍‌ ପ୍ରର‌୍ୟ୍ୟାୟରେ ୧୦ ୱିକେଟରେ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ୍‌ଅଭିଯାନ ଆରମ୍ଭ କରିଥିବା କ୍ବିଇ ଦଳକୁ ହରାଇବା ଭାରତ ପାଇଁ ସହଜ ହେବନି। ସେପଟେ ପେଶାଦାର ପ୍ରଦର୍ଶନ ଦେଇଆସିଥିବା ମେନ ଇନ ବ୍ଲୁ ମଧ୍ୟ ନ୍ୟୁଜିଲାଣ୍ଡକୁ ବାଟ ଛାଡ଼ିବା ଭଳି ମନେହେଉ ନାହିଁ।ୱିକେଟ କିପିଙ୍ଗ୍‌ କଥା ଯଦି ଦେଖିବା ଉଭୟ ଟିମ୍‌ରେ ଅଛନ୍ତି ଦୁଇ ଧୁରିଣ କିପର । କେହି କାହାକୁ କମ୍‌ ନୁହଁନ୍ତି ।
ଏମ ଏସ୍‌ ଧୋନୀ ବନାମ ଲାଥମ୍‌ । ତେବେ ଚାପରେ ରହି ଖେଳିବାରେ ଲାଥାମଙ୍କ ତୁଳନାରେ ଧୋନି ବେଶ୍ ଅଭିଜ୍ଞ। ବ୍ୟାଟିଙ୍ଗ ଲାଇନ ମଧ୍ୟ ଉଭୟ ଟିମ୍‌ର ଅଛି ଫାୟାର ପାୱାର।
ବିରାଟ କୋହଲି, ରୋହିତ ଶର୍ମା କେନ ୱିୟିଲସମ୍‌, ରସ୍ ଟେଲରଙ୍କ ପରି ଦକ୍ଷ ବ୍ୟାଟସ୍‌ ମ୍ୟାନ୍‌ କୌଣସି ବି ବିପକ୍ଷ ବୋଲରଙ୍କ ମନରେ ଭୟ ସୃଷ୍ଟି କରିବାର ଦମ୍ ରଖୁଛନ୍ତି। ଟେଣ୍ଟ ବୋଲ୍ଟ, ଜସପ୍ରିତ୍‌ ବୁମରାହ୍‌, ଲୋକି ଫଗ୍ୟୁସନଙ୍କ ପରି ବୋଲର ୱିକେଟ ଖସାଇ ବିପକ୍ଷ ଟିମ୍‌କୁ ଧରାସାଇ କରିବାରେ ମାହିର । ସେହିପରି ୟୁଜବେନ୍ଦ୍ର ଚହଲ ମଧ୍ୟ ବେଶ ଭାରି ପଡ଼ି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ନିସାମ୍‌ ଙ୍କ ପରି ଗେମ୍ ଚେଞ୍ଜର ଅଛନ୍ତି। ତେଣୁ ଉଭୟ ଟିମ୍‌ର ସମୀକରଣକୁ ଦେଖିଲେ ସେମିଫାଇନାଲରେ ଦେଖିବାକୁ ମିଳିବ କାଣ୍ଟେ କା ଟକ୍କର।
କେବେ ଟପ୍‌ରେ ଥିଲା ନ୍ୟୁଜିଲ୍ୟାଣ୍ଡ ।କିନ୍ତୁ ଏବେ ଟପ୍‌ରେ ଟିମ୍‌ ଇଣ୍ଡିଆ । ତେଣୁ ବିପକ୍ଷ ଦଳର ବର୍ତ୍ତମାନ ସ୍ଥିତି ଦେଖି ହେୟ ଜ୍ଞାନ କରିବା ବିରାଟଙ୍କ ପାଇଁ ମହଙ୍ଗା ପଡ଼ିପାରେ ।