ଭୁବନେଶ୍ୱର (ଚକ୍ରଧର ମାଝି) : ଗ୍ରାହକମାନଙ୍କ ପାଇଁ ଖୁଚୁରା ଫାଇନାନ୍ସ ବିକଳ୍ପକୁ ଆହୁରି ବଢ଼ାଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଚୋଳମଣ୍ଡଳମ ଇନଭେଷ୍ଟମେଂଟ ଆଣ୍ଡ ଫାଇନାନ୍ସ
କଂପାନି ସହ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ଅବସରରେ ହୋଣ୍ଡାର ବିକ୍ରି ଓ ମାର୍କେଟିଂ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ ଏବଂ ଚୋଳମଣ୍ଡଳମର
ସଭାପତି ଓ ବ୍ୟବସାୟ ମୁଖ୍ୟ-ଭେଇକିଲ ଫାଇନାନ୍ସ ରବିନ୍ଦ୍ର କୁଣ୍ଡୁ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଉଭୟ ସଂସ୍ଥାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବଢ଼ିଯାଇଥିବାରୁ ଅଧିକରୁ ଅଧିକ ଗ୍ରାହକ ସେମାନଙ୍କ ପସନ୍ଦର ବାଇକ କିଣିବା ପାଇଁ ଫାଇନାନ୍ସ ବିକଳ୍ପକୁ ଚୟନ କରୁଛନ୍ତି । ଆଗାମୀ ଦିନରେ ଫାଇନାନ୍ସ ବିକଳ୍ପ ଚୟନ କରୁଥିବା ଗ୍ରାହକଙ୍କ ସଂଖ୍ୟା ଆହୁରି ବଢ଼ିବ । ଗ୍ରାହକଙ୍କୁ
ସୁହାଇବା ଭଳି ସୁଲଭ ଓ ସୁବିଧାଜନକ ବିକଳ୍ପ ପ୍ରଦାନ କରିବା ପାଇଁ ଆମର ମୂଲ୍ୟବାନ ଗ୍ରାହକଙ୍କ ଲାଗି ଆମେ ଚୋଳମଣ୍ଡଳମ ସହିତ ବୁଝାମଣା କରିଥିବା
ବିଷୟରେ ଗର୍ବର ସହ ଘୋଷଣା କରୁଛୁ ।’’
ଚୋଳମଣ୍ଡଳମ ଜରିଆରେ ଗାଡ଼ି ଫାଇନାନ୍ସ କଲେ ଗ୍ରାହକମାନେ ୬୦୦୦ ଟଙ୍କାର ଅତିରିକ୍ତ ସଂଚୟ କରିପାରିବେ । ଏହା ବ୍ୟତୀତ ଜିରୋ ପ୍ରୋସେସିଂ ଫି, ବର୍ଦ୍ଧିର୍ତ ରିପେମେଂଟ ଅବଧି ଓ ନିମ୍ନ ଇଏମଆଇ ସ୍କିମ୍ ହାସଲ କରିପାରିବେ । ଏହି ଅବସରରେ ଶ୍ରୀଯୁକ୍ତ ରବିନ୍ଦ୍ର କୁଣ୍ଡୁ, ସଭାପତି ଓ ବ୍ୟବସାୟ ମୁଖ୍ୟ-ଭେଇକିଲ ଫାଇନାନ୍ସ, ଚୋଳମଣ୍ଡଳମ ଇନଭେଷ୍ଟମେଂଟ ଆଣ୍ଡ୍ ଫାଇନାନ୍ସ କଂପାନି କହିଛନ୍ତି ଯେ, “ଭାରତରେ ବିଶ୍ୱାସଯୋଗ୍ୟ ଓ ଲୋକପ୍ରିୟ ଦୁଇ ଚକିଆ ଯାନ ବ୍ରାଣ୍ଡ୍ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ସହ ବୁଝାମଣା କରିଥିବାରୁ ଆମେ ବହୁତ ଉଲ୍ଳସିତ ।