ଦିନକ ପରେ ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ ଜାରି ରଖିଛି । ଏଥିରେ ଆନ୍ଧ୍ର ସଫଳ ହେଲେ କୋଟିଆକୁ ଓଡ଼ିଶାରୁ ଛଡ଼େଇ ନେବା ପାଇଁ ଆନ୍ଧ୍ରକୁ ସହଜ ହେବ ଭାବି ଆନ୍ଧ୍ର ସରକାର ଆପ୍ରାଣ ଉଦ୍ୟମ କରୁଛି । ଯାହାଫଳରେ କୋଟିଆ ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ଯେଉଁ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶା ସରକାର କୋଟିଆ ସୀମାନ୍ତକୁ ବ୍ୟାରିକେଡ଼ କରି ସିଲ କରିବା ସ୍ବତ୍ତେ ଆନ୍ଧ୍ର ପୋଲିସ ଏହାକୁ ଭାଙ୍ଗି କୋଟିଆକୁ ଅନୁପ୍ରବେଶ କରିବା ପାଇଁ ଆପ୍ରଣ ଉଦ୍ୟମ କରୁଛନ୍ତି । ଯାହାକୁ ନେଇ ଏହି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ର ପୋଲିସକୁ କୋରାପୁଟର ଉପଜିଲ୍ଲାପାଳ ଆଇନଗତ ଭାବେ ଆନ୍ଧ୍ର ପୋଲସବାହିନୀକୁ କଡ଼ା ମୁକାବିଲା କରିଛନ୍ତି । ନିର୍ବାଚନକୁ କେନ୍ଦ୍ର କରି କୋଟିଆ ଅଞ୍ଚଳ ଭିତରେ ଉତ୍ତେଜନା ଦେଖାଦେଇଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ କୋଟିଆ ପୋଲିସର 163 ଧାରା ଜାରି କରାଯାଇଛି । ତେଣୁ ସେଠାକୁ କୌଣସି ବାହାର ରାଜ୍ୟର ଲୋକମାନଙ୍କୁ ଛଡ଼ାଯିବନାହିଁ କହି କଡ଼ା ଚେତାବନୀ ଦିଆଯାଇଥିଲା । ତା ସ୍ବତ୍ତେ ଆନ୍ଧ୍ରର ବିଭିନ୍ନ କର୍ମଚାରୀ ଓଡ଼ିଶାର ବ୍ୟାରିକେଡ଼ ଭାଙ୍ଗି ପଶିବାକୁ ଉଦ୍ୟମ କଲାବେଳେ ପ୍ରତିରୋଧ କରାଯାଇଛି । ଏଭଳି ସ୍ଥିତିରେ କୋଟିଆକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, କେହି ଏହାକୁ ଅଲଗା କରିପାରିବେନି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଆନ୍ଧ୍ର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି । କୋଟିଆ ପ୍ରସଙ୍ଗରେ ସବୁ ଦଳର ନେତା ଏକଜୁଟ୍ ଅଛନ୍ତି ବୋଲି ସେ କହିଛନ୍ତି ।
