Odia News Portal

ପୁରୀରେ ଲଜ୍ଜା, ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀରେ ଲଜ୍ଜା । ଗତକାଲି ରାତିରେ ବସଷ୍ଟାଣ୍ଡରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଧର୍ମଭାଇ ଏଭଳି କାଣ୍ଡ କରିଛି । ଭୁବନେଶ୍ୱରରୁ ପୁରୀ ଆସିବା ପରେ ନାବାଳିକା ଏକୁଟିଆ ଥିଲେ । ଏହି ସମୟରେ ଧର୍ମଭାଇ ଖାଇବାକୁ ଆଣିଥିଲା । ଯୁବତୀ ବସ୍‌ରେ ଶୋଇପଡିଥିବା ବେଳେ ଅଭିଯୁକ୍ତ ଦୁଷ୍ମର୍ମ କରିଥିବା ପୀଡିତା କହିଛନ୍ତି । ଖବର ପାଇ ପୋଲିସ ବସଷ୍ଟାଣ୍ଡରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।