ଭୁବନେଶ୍ୱର : ସାଧାରଣରେ ଜୁଲାଇ ମାସରେ ବନ ମହୋତ୍ସବ ପାଇଁ ବୃକ୍ଷରୋପଣ କରାଯାଉଥିବାବେଳେ ସ୍ଥାନୀୟ ରାଜା ମଧୁସୁଦନ ଦେବ ଡିଗ୍ରୀ
ମହାବିଦ୍ୟାଳୟରୁ ଆଜି ଆରମ୍ଭ ହୋଇଛି ଏକ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମ ସହଯୋଗରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର (ଉତର) ବିଧାୟକ ସୁଶାନ୍ତ କୁମାର ରାଉତ । ଏଠାରେ ସ୍ଥାନୀୟ ବିଧାୟକ ମହାବିଦ୍ୟାଳୟରେ ଥିବା ବିବେକାନନ୍ଦ, ଉକ୍ରଳମଣି ଗୋପବନ୍ଧୁ ସମେତ ୫ଟି ପ୍ରତିମୂର୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ଚାରା ରୋପଣ ଆରମ୍ଭ କରିଥିଲେ ।
ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଛାତ୍ର ସର୍ବୋପରି ବିଏମସିର କର୍ମକର୍ତା ସାମିଲ ହୋଇଥିବାର ଦେଖି ସେ ଏହାର ପ୍ରଶଂସା
କରି କହିଥିଲେ ଯେ, ଏହା ହେବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପରିବେଶ ସୁରକ୍ଷାର ବାର୍ତା ।
୫ଟି ପ୍ରଜାତି ଯଥା – ବଉଳ, କରଂଜ, ଦେବଦାରୁ, ଆମ୍ବ ଏବଂ ବର ଚାରାରୁ ସମୁଦାୟ ୫୦ଟି ବୃକ୍ଷ ରୋପଣ ହୋଇଛି । ଗତ ମେ ୩ ତାରିଖରେ ଫନି ପ୍ରଭାବରେ ମହାବିଦ୍ୟାଳୟରୁ ନଷ୍ଟ ହୋଇଯାଇଥିବା ଅଂଚଳରୁ ବୃକ୍ଷଗୁଡିକୁ ସଜାଡିବା ଏବଂ ଅପସାରଣ ପରେ ଆଉ କିଛି ବୃକ୍ଷ ରୋପଣ ହେବ ବୋଲି କହିଛନ୍ତି, ବିଏମସିର ଏନ୍ଭିରୋନ୍ମେଂଟ ଅଫିସର କପିଳେନ୍ଦ୍ର ସେଠୀ । ଗତ ୫ ଜୁଲାଇରେ ହୋଇଥିବା ରାଜ୍ୟ ସ୍ତରୀୟ ବୈଠକ ଅନୁସାରେ ଭୁବନେଶ୍ୱରରେ ସମୁଦାୟ ୬୦,୦୦୦ଟି ବୃକ୍ଷ ରୋପଣ ହେବ । ଏହି ଚାରା ଫରେଷ୍ଟ ଡେଭେଲପ୍ମେଂଟ
କର୍ପୋରେସନ୍ ଯୋଗାଇ ଦେବେ । ତେବେ ସମୁଦାୟ ୬୦,୦୦୦ ଚାରାମଧ୍ୟରୁ ଓଏପ୍ଡିସି ୨୫,୦୦୦ଟି, ଡିଏଫ୍ଓ, ଭୁବନେଶ୍ୱର ୧୫,୦୦୦ଟି, ବିଡିଏ ୧୫,୦୦୦ଟି ଏବଂ ବିଏମସି ୫,୦୦୦ଟି ଚାରା ରୋପଣ କରିବାକୁ ନିଷ୍ପତି
ନିଆଯାଇଛି । ଏହା ଭୁବନେଶ୍ୱର ପାଇଁ ଏକ ସୁସ୍ଥ ପଦକ୍ଷେପ ବୋଲି କହିଛନ୍ତି ବିଏମସି ଏନ୍ଭିରୋନ୍ମେଂଟ ଅଫିସର ଶ୍ରୀ ସେଠୀ । ସୂଚନା ଯୋଗ୍ୟ କି; ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟକୁ ଏକ ଉଦାହରଣ ଯୋଗ୍ୟ ବୃକ୍ଷରୋପଣ ସ୍ଥଳ କରିବାକୁ ଯାଇ ଆମେ ବିଏମସି ସହିତ ହାତ ମିଳାଇଛୁ ଏବଂ
ବୃକ୍ଷଗୁଡିକର ଯତ୍ନ ମହାବିଦ୍ୟାଳୟର ପ୍ରତ୍ୟେକ ସଦସ୍ୟ ନେବା ପାଇଁ ଆଗୁଆ ଅଛନ୍ତି ବୋଲି କହିଥିଲେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ । ମହାବିଦ୍ୟାଳର ଏହି ପ୍ରୟାସକୁ ବିଏମସି ସ୍ୱାଗତ କରୁଛି ଏବଂ ଏଥିରେ କର୍ତୁପକ୍ଷଙ୍କ ସହଯୋଗ ରହିବ
ବୋଲି ବିଏମସିର ହର୍ଟିକଲ୍ଚର୍ ଏକ୍ସପର୍ଟ ଗରିଜା ଭୁଷଣ ଶତପଥି କହିଥିଲେ । କାର୍ଯ୍ୟ ସଂଯୋଜନା ଲାଗି ସେ ମହାବିଦ୍ୟାଳୟର ଉତ୍ସାହକୁ ପ୍ରଶଂସା କରିଛନ୍ତି ।
ତେବେ ବିଏମସି ଅଧିନରେ ଥିବା ୫୫ଟି ପାର୍କ ସମେତ ଅନ୍ୟାନ୍ୟ ଅଂଚଳରେ ଏହି ଚାରା ରୋପଣ କରାଯିବ ଏବଂ ଏଥିପାଇଁ ବିଏମସିର ସର୍ଭେ ହୋଇଛି । ବର୍ଷା
ଦିନ ମଧ୍ୟରେ ଚାରା ରୋପଣ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରାୟ ଏକ ଘଂଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଥାନୀୟ ନେତୃବୃନ୍ଦ ଏବଂ ପୂର୍ବତନ କର୍ପୋରେଟର ସଂଜୟ ସେଠୀ
ଉପସ୍ଥିତ ଥିଲେ ।

ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଛାତ୍ର ସର୍ବୋପରି ବିଏମସିର କର୍ମକର୍ତା ସାମିଲ ହୋଇଥିବାର ଦେଖି ସେ ଏହାର ପ୍ରଶଂସା