Odia News Portal

ଭିଜିଲାନ୍ସ ପଞ୍ଛାରେ ସରପଞ୍ଚ

ଗଞ୍ଜାମ : ଭିଜିଲାନ୍ସ ପଞ୍ଛାରେ ସରପଞ୍ଚ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଆଙ୍କରୋଡା ଗାଁର ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ପଞ୍ଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢାଉ କରାଯାଇଛି।

ଭୁବନେଶ୍ୱର, ଦିଗପହଣ୍ଡି, ନବରଙ୍ଗପୁର ଓ ତାଙ୍କ ପୈତୃକ ଗାଁକୁ ମିଶାଇ ମୋଟ ୪ଟି ସ୍ଥାନରେ ଘର ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଉଷାନ୍ତଙ୍କ ନାଁରେ ଅଭିଯୋଗ ହୋଇଥିବା ବ୍ରହ୍ମପୁର ଭିଜିଲାନ୍‌ସ ଏସ୍‌ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ବର୍ତ୍ତମାନ ରେଡ୍‌ ଚାଲିଥିବାରୁ ସମ୍ପତ୍ତି ମୂଲ୍ୟ ଆକଳନ କରାଯାଇନାହିଁ।