ଭୁବନେଶ୍ୱର : କେନ୍ଦ୍ରାପଡାର ପାଟକୁରା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ସକ୍ରିୟ ହେବାରେ ଲାଗୁଛି । ଆଜି ପାଟକୁରା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି । ତାଲିକାରେ ନବୀନ ପଟ୍ଟନାୟକ, ପ୍ରମୀଳା ମଲ୍ଲୀକ ଓ ପ୍ରଫଲ୍ଲ ମଲ୍ଲିକଙ୍କ ସମେତ ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ଆକାଶ ଦାସ ନାୟକ, ପ୍ରତିପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ସମୀର ରଞ୍ଜନ ଦାଶ, ରାଜେନ୍ଦ୍ର ସାହୁ, ଅନୁଭବ ମହାନ୍ତିଙ୍କ ନାମ ଅର୍ନ୍ତଭୁକ୍ତ ରହିଛି ।
