Odia News Portal

ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁରୁ୍‍ବାର ନୂଆଦିଲ୍ଲୀଠାରେ ଗାନ୍ଧୀ ମଣ୍ଡେଲା ଶାନ୍ତି
ପୁରସ୍କାର- ୨୦୧୯ ପ୍ରଦାନ କରାଯାଇଛି । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବଲିଭ୍‍ ଫାଉଣ୍ଡେସନ୍‍, ଡ. ରମଣ ଭାଇ ପଟେଲ୍‍ ଫାଉଣ୍ଡେସନ, କା ରାଇଜିଂ ଫାଉଣ୍ଡେସନ, ସଣ୍ଡେ ଗାର୍ଡିଆନ୍‍ ଫାଉଣ୍ଡେସନ୍‍ ଏବଂ ଗୋଦ୍ରେଜ୍‍ ଅନୁଷ୍ଠାନର ମିଳିତ ପ୍ରୟାସରେ ଗଠିତ ଗାନ୍ଧୀ-ମଣ୍ଡେଲା ପିସ୍‍ ଇନିସିଏଟିଭି୍‍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି ।
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କୁ  ପ୍ରଦାନ କରାଯାଇଥାଏ । ଏହି ଅବସରରେ ବଲିଭ୍‍ ଫାଉଣ୍ଡେସନ୍‍ର ପତ୍ର ିଷ୍ଠାତା ଡ. ଅନରୁ ।ଗ ବାତ୍ରା, ଆରଜ୍‍ ବି  ଫାଉଣ୍ଡେସନର୍‍
ପ୍ରତଷ୍ଠି ।ତା ତାରିନା ପଟେଲ୍‍, ସନ୍‍ଡେ ଗାର୍ଡିଆନ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା କାର୍ତ୍ତିକେୟ ଶର୍ମା ପ୍ରମୁଖ ଉପସ୍ଥିତ ରହ ଶ୍ରୀ ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ବିଶ୍ୱରେ ମହାତ୍ମା ଗାନ୍ଧୀ ଓ ନେଲସନ୍‍ ମଣ୍ଡେଲାଙ୍କ ଶାନ୍ତି ବାର୍ତ୍ତା ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବିଲିଭ୍‍ ଫାଉଣ୍ଡେସନ୍‍, ଡ. ରମଣ ଭାଇ ପଟେଲ୍‍ ଫାଉଣ୍ଡେସନ୍‍, ଅଫ୍ରିକା ରାଇଜିଂ ଫାଉଣ୍ଡେସନ୍‍, ସଣ୍ଡେ ଗାର୍ଡିଆନ୍‍ ଫାଉଣ୍ଡେସନ୍‍ ଏବଂ ଗୋଦ୍ରେଜ୍‍ ପକ୍ଷରୁ ମିଳିତ ପ୍ରୟାସ କରାଯାଇଛି । ଦୀର୍ଘ ୩୦ ବର୍ଷ ଧରି କ୍ଷୁଧା, ଦାରିଦ୍ର‌୍ୟ ଓ ନିରକ୍ଷରତା ଦୂରୀକରଣ ଦିଗରେ ଶ୍ରୀ ସାମନ୍ତ ସହ କାର୍ଯ୍ୟରେ ସହଯୋଗ କରିଆସୁଥିବା ଲୋକମାନଙ୍କୁ ସେ ଏହି ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି ।