Odia News Portal

ଉତ୍ତର ଭୁବନେଶ୍ୱରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଅମ୍ବିସନ କ୍ଳବ ତରଫରୁ ଆଜି ୱାର୍ଡ ନଂ ୧୩ ସ୍ଥାନୀୟ ବିଡିଏ କଲୋନୀ ମଧ୍ୟରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବୃକ୍ଷ ରୋପଣ ଓ ତାହାର ଉପକାରୀତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା 

ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଗଛ ଚାରା ରୋପଣ କରିବା ସହ ସମଗ୍ର କଲୋନୀ ଅଞ୍ଚଳକୁ ସବୁଜ ସୁନ୍ଦର କରିବାକୁ ସଂକଳ୍ପ ନେବାକୁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ନିବେଦନ କରିଥିଲେ , ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା ଓ ଏଥିରେ ବିଡିଏ ଦୁର୍ଗାପୂଜା କମିଟିର ସଭାପତି ଅମରେନ୍ଦ୍ର ମଲ୍ଲିକ ,

ସମ୍ପାଦକ ସୁକାନ୍ତ ପରିଡ଼ା ଯୁବ ସମାଜସେବୀ ଅର୍ଜୁନ ବେହେରା ନୀଳକଣ୍ଠେସ୍ୱର ମନ୍ଦିରର ସଦସ୍ୟମାନେ ଆମ୍ବିସନ କ୍ଲବର ମୃତ୍ୟୁଞ୍ଜୟ ଦାସ ଓ ସମସ୍ତ ସଦସ୍ୟ କଲୋନୀର ଅନେକ ବରିଷ୍ଠ ନାଗରିକ ବୁଦ୍ଧିଜୀବି ସ୍କୁଲ ଛାତ୍ର ସ୍ବେଚ୍ଛାକୃତ ଭାବେ ଏହି ବୃକ୍ଷ ରୋପଣ କାର୍ୟ୍ଯକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।