Odia News Portal

ଏସିଆନ୍ ଚାମ୍ପିଆନସିପ୍ ଭାଗନେବେ ଓଡ଼ିଆ ଝିଅ

ଭୁବନେଶ୍ୱର : ଏସିଆନ ତାଏକୋଣ୍ଡୋ ଚାମ୍ପିଆନସିପ୍ରେ ଭାଗ ନେବା ପାଇଁ ଓଡ଼ିଶାର ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି । ତାଏକୋଣ୍ଡୋ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜମ୍ମୁ ଠାରେ ଅନୁଷ୍ଠିତ ହୋଇଥିବା ସିଲେକ୍ସନ୍ କ୍ୟାମ୍ପରେ
ମଧୁସ୍ମିତା ଯୋଗ୍ୟ ବିବେଚିତ ହେବା ପରେ ଏସିଆନ୍ ତାଏକୋଣ୍ଡୋ ଚାମ୍ପିଆନ୍ସିପ୍ରେ ଭାଗ ନେବା ପାଇଁ ପଥ ପରିସ୍କାର ହୋଇଛି । ଏହି ପ୍ରତିଯୋଗିତା ଚଳିତ ମାସ ୨୦ତାରିଖରୁ ଜୋର୍ଡ଼ାନରେ ଆରମ୍ଭ ହେବ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ତାଏକୋଣ୍ଡୋ ଚାମ୍ପିଆନ୍ସିପ୍ରେ ମଧୁସ୍ମିତା ଭାଗ ନେଇ ସ୍ୱର୍ଣ୍ଣ ପଦକ
ହାସଲ କରିବା ପରେ ଜମ୍ମୁ ସିଲେକ୍ସନ୍ କ୍ୟାମ୍ପ ପାଇଁ
ମନୋନୀତ ହୋଇଥିଲେ । ଏସିଆନ୍ ଗେମ୍ସ୍ ତାଏକୋଣ୍ଡୋ ପାଇଁ ମନୋନୀତ ହେବା କ୍ଷେତ୍ରରେ ମଧୁସ୍ମିତା ହେଉଛନ୍ତି ପ୍ରଥମ ଓଡ଼ିଆ ଝିଅ ।