Odia News Portal

ଭାରତ ପରି ଏକ ଧନୀ -ଦରିଦ୍ର ଅସମାନତା ଥିବା ଦେଶରେ ୫ ଟ୍ରିଲିଅନ ଡଲାର ଅର୍ଥନୀତିର କୌଣସି ଅର୍ଥ ନ ଥାଏ

ଭୁବନେଶ୍ୱର : ସହରରୁ ଗାଁ ଓ ଶିକ୍ଷା ରୋଜଗାର ଅଧିକାର ଅଭିଯାନ ତରଫରୁ କେନ୍ଦ୍ର ବଜେଟ ସର୍ମ୍ପକିତ “ଚଳିତ ବଜେଟ ଭାରତୀୟଙ୍କ ହିତରେ କେତେ?” ପ୍ରସଙ୍ଗ ଉପରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଗୋଲଖ ବିହାରି ନାଥଙ୍କ ଅଧକ୍ଷତାରେ
ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ
ହୋଇ୍ଯାଇଛି । ଏହି ଆଲୋଚନା ଚକ୍ରରେ ଗ୍ରୀନ୍ ନୋବେଲ
ବିଜେତା ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ଶô୍ୀଜିତ ମିଶ୍ର, ସମ୍ବାଦିକ କେଦାର ମିଶ୍ର, ସ୍ତମ୍ବକାର ତୁଷାରକାନ୍ତ, ସ୍ତମ୍ବକାର ରଙ୍ଗାଚରଣ ପ୍ରଧାନ ପ୍ରମୁଖ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦା ଅବସ୍ଥା, ବେକାରୀ ସମସ୍ୟା, କୃଷି ସଂକଟ, ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ତଥା ମାନ୍ଦା ପୁଞ୍ଜି ନିବେଶ ଭଳି
ଅନେକ ବିଷୟ ଗୁଡିକରେ ଚଳିତ ବଜେଟରେ ବିଶେଷ କିଛି
ପ୍ରତିଶୃତି ନାହିଁ । ୫ଟ୍ରିଲିଅନ ଡଲାର ଅର୍ଥନୀତି ନିମନ୍ତେ
ସରକାରଙ୍କର କୌଣସି ପ୍ରସ୍ତୁତି ନାହିଁ । ସରକାର କେବଳ ବାହାସ୍ପଟ ମାରୁଛନ୍ତି । ପ୍ରଫେସର ଶ୍ରୀଜିତ ମିଶ୍ର ଜିରୋ ବଜେଟ ଉପରେ ଆଲୋକପାତ କରିଥିଲା ବେଳେ ପ୍ରଫେସର ଗୋଲଖ ବିହାରୀ ନାଥ ନିଜ ବକ୍ତବ୍ୟରେ କହିଲେ ଯେ ବଜେଟରେ ସରକାରଙ୍କର ନିଦ୍ଧିଷ୍ଟ ବିଭିନ୍ନ ବିଷୟ ଉପରେ ଅର୍ଥବରାଦ କରାଯାଇ ନାହିଁ । ୫ଟ୍ରିଲିଅନ ଡଲାର ଅର୍ଥନୀତି ହେବାଲାଗି ସରକାର ଭାରତ ପରି ଏକ ଧନୀ ଦରିଦ୍ର ଅସମାନତା ଥିବା ଦେଶରେ ୫ ଟ୍ରିଲିଅନ ଡଲାର ଅର୍ଥନୀତିର
କୌଣସି ଅର୍ଥ ନଥାଏ । ଅନ୍ୟ ମାନଙ୍କ ମଧ୍ୟରେ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ , ଯୁବ ସାହିତିକ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଆଲୋଚନା ଚକ୍ର ରେ ଭାଗନେଇ ନିଜ ମତ ପ୍ରକାଶ କରିଥିଲେ । ସହରରୁ ଗାଁ ଓ ଶିକ୍ଷା ରୋଜଗାର ଅଧିକାର ଅଭିଯାନ ଆବାହକ ମାନସ ପଟ୍ଟନାୟକ
ଧନ୍ୟବାଦ ଅର୍ପଣ କରିଥିଲେ ।