Odia News Portal

କୁଳଭୂଷଣଙ୍କ ଓକିଲ ମାମଲା ଲଢିବା ପାଇଁ ନେଇଥିଲେ ଏତିକି ଫିସ ..

କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ । ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାରତକୁ ମିଳିଛି ବଡ଼ କୁଟନୈତିକ ବିଜୟ ଏବଂ ଅନ୍ତର୍ଜାତୀୟ ଫୋରମରେ ପୁଣିଥରେ ପଦାରେ ପଡିଛି ପାକିସ୍ତାନ ଷଡଯନ୍ତ୍ର । ପ୍ରଥମେ ଫାଶୀ ଦଣ୍ଡକୁ ସ୍ଥଗିତ ରଖିବା ପରେ ଆଜି ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଆଇସିଜେ ।

ଆଇସିଜେର ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଯାଇଥିବା ବେଳେ ଜଣେ ବିଚାରପତି କେବଳ ପାକିସ୍ତାନ ସପକ୍ଷରେ ଯୁକ୍ତି ବାଢିଥିଲେ । ତେବେ ଅନ୍ତର୍ଜାତୀୟ କୋର୍ଟରେ ଭାରତର ଏହି ବିଜୟ ପଛର ମୁଖ୍ୟ ନାୟକ ସାଜିଛନ୍ତି ବରିଷ୍ଠ ଓକିଲ ହରିଶ ସାଲଭେ । ଅନ୍ତର୍ଜାତୀୟ କୋର୍ଟରେ ନିଜର ଶାଣିତ ଯୁକ୍ତି ବଳରେ ପାକିସ୍ତାନକୁ ପାଣି ପିଆଇଥିବା ଦେଶର ସବୁଠୁ ଦାମୀ ଓକିଲ ହରିଶ ସାଲଭେ କୁଳଭୂଷଣଙ୍କ ମାମଲା ଲଢିବା ପାଇଁ ମାତ୍ର ଏକ ଟଙ୍କା ଫିସ୍ ନେଇଥିଲେ ।

ହରିଶ ସାଲଭେ ଭାରତର ଅଧିକ ପାରିଶ୍ରମିକ ନେଉଥିବା ଓକିଲଙ୍କ ମଧ୍ୟରୁ ଅନ୍ୟତମ । ଗୋଟିଏ ଦିନ ପାଇଁ ହରିଶ ୩୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି । କିନ୍ତୁ କୁଳଭୂଷଣଙ୍କ କ୍ଷେତ୍ରରେ ମାତ୍ର ୧ ଟଙ୍କାରେ ପୂରା ମାମଲା ଲଢିଛନ୍ତି ହରିଶ । ଯେତେବେଳେ କି ପାକିସ୍ତାନ ଏହି ମାମଲାରେ ଲଢିବା ପାଇଁ ଓକିଲଙ୍କ ବାବଦକୁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରିଛି । କିନ୍ତୁ ହରିଶଙ୍କ ୧ ଟଙ୍କାର ଯୁକ୍ତି ଆଗରେ ଫିକା ପଡିଥିଲା ପାକିସ୍ତାନ ଓକିଲଙ୍କ ୭ କୋଟି ଟଙ୍କାର ଯୁକ୍ତି ।