Odia News Portal

ପାଟକୁରା ନିର୍ବାଚନ ପ୍ରଚାର ସରିଲା : ଏବେ ଛାତି ଧଡ ଧଡ

କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ପାଇଁ ଆଜି ପ୍ରଚାର ସରିଛି । ପ୍ରଚାର ସାରି ମବୀ, ବିଧାୟକ ଓ ଅନ୍ୟ ଦଳୀୟ
ନେତାମାନେ ପାଟକୁରା ସୀମା ପାର୍‍ ହୋଇଛନ୍ତି । ଏଠାରେ ବିଜେଡି ଜିଣିବା ଏକ ପ୍ରକାର ନିଶ୍ଚିତ ଥିଲେ ବି ବହୁ ନେତାଙ୍କ
ଛାତି ଏବେ ଧଡ ଧଡ । ବିଶେଷକରି ବିଭିନ୍ନ ଇଲାକା ଦାୟିତ୍ୱରେ ଥିବା ନେତାମାନଙ୍କ ରକ୍ତଚାପ ବଢିବାରେ ଲାଗିଛି ।
ଆଗାମୀ ୨୦ ତାରିଖରେ ହେବାକୁ ଯାଉଥିବା ପାଟକୁରା ନିର୍ବାଚନ ମତଦାନ ଲାଗି ଆଜି ୧୮ ତାରିଖରେ
ପ୍ରଚାର ସରିଚି ।
ପଞ୍ଚାୟତ ଦାୟିତ୍ୱରେ ଥିବା ନେତାମାନେ ଜୋରଦାର ପ୍ରଚାର ସାରି ପାଟକୁରା ଛାଡିଛନ୍ତି । ତେବେ
ସେମାନେ ଦାୟିତ୍ୱରେ ଥିବା ପଞ୍ଚାୟତର ଭୋଟରମାନେ ତାଙ୍କ କଥାମାନି ଦଳକୁ ଭୋଟ ଦେବେ ନାଁ ଅନ୍ୟଆଡେ କିଛି
ପଳାଇବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । କାରଣ ଏହି ନିର୍ବାଚନରେ ଗାଁ ଗହଳର ବହୁ ସାନ ନେତା ଓ
ଭୋଟରମାନେ ଦଳ ବଦଳ କରିଛନ୍ତି । ଏଥିପାଇଁ ଦାୟିତ୍ୱରେ ନେତାଙ୍କୁ ବେଶ୍‍ କସରତ କରିବାକୁ ପଡିଛି । ଶେଷ
ମୂହୂର୍ତ୍ତରେ ଏମାନେ ଯଦି ପଲଟି ଯିବେ ତେବେ ସବୁ ଚେଷ୍ଟା ବେକାର ହୋଇଯିବ । ବିଶେଷକରି ଆଜି ରାତିରୁ ୨୦ ତାରିଖ ଭୋଟ ଗ୍ରହଣ ପର୍ଯ୍ୟନ୍ତ ନେତାଙ୍କ ଅନୁପସ୍ଥିତରେ ମାହୋଲ କିଭଳି ସରଗରମ ରହିବ ସେହି ଚିନ୍ତାରେ ଅନେକ ନେତା ନିଜେ ନଗଲେ ବି ନିଜର କିଛି ଚାରଙ୍କୁ ଛଦ୍ମ ବେଶରେ ପଠାଇବାରେ ଲାଗିଛନ୍ତି । କାରଣ ଏହି ନେତାମାନେ ଜାଣିଛନ୍ତି ଯଦି ସେମାନେ ଦାୟିତ୍ୱରେ ଥିବା ପଞ୍ଚାୟତ କିମ୍ବା ଗାଁରେ ଦଳର ଭୋଟ କମିଲା ତେବେ ସେହି ରିପୋର୍ଟ ସିଧାସଳଖ ଦଳୀୟ ହାଇକମାଣ୍ଡଙ୍କ ପାଖକୁ ଯିବ । ଏହାର ପ୍ରଭାବ ମଧ୍ୟ ଆଗାମୀ ଦିନରେ ପଡିବ । ବିଶେଷକରି ଦଳରେ ବଣ୍ଟାଯିବାକୁ ଥିବା ପଦ ପଦବୀ ସମେତ ପୌର ନିର୍ବାଚନ ଦାୟିତ୍ୱ ପ୍ରଦାନ ସମୟରେ
ନେତାମାନଙ୍କ ପାଟକୁରା ପେଡି ଖୋଲାଯିବ ।
ତେବେ ଯେଉଁ ନେତାମାନେ ଠିକଣା ଭାବେ ସଂଗଠନକୁ ମଝବୁତ କରିଛନ୍ତି ସେମାନେ କିନ୍ତୁ ଅଚିନ୍ତାରେ ଅଛନ୍ତି ଯାହା ହେଲେ ବି ବିଜେଡି ଭୋଟ ଏପଟ ସେପଟ ହେବନାହିଁ ବୋଲି କହୁଛନ୍ତି । ଅବଶ୍ୟ ଏଥିପାଇଁ କିଛି ଦିନ ଧରି
ପାଟକୁରାରେ ବୁଲିବା ସମୟରେ ଗଡ ଜଗିବାପାଇଁ ନିଜର କିଛି ଅନୁଗତ ସୃଷ୍ଟି କରିପାରିଥିବା ନେତା ଏଭଳି ଦମ୍ଭୋକ୍ତି
ଦେଖାଉଛନ୍ତି । ହେଲେ ଦକ୍ଷିଣ ଓ ପଶ୍ଚିମ  ମାଞ୍ଚଳରୁ ଗଡ ଜଗିବାକୁ ଯାଇଥିବା ନେତାମାନେ ଚିନ୍ତାରେ ଥିବାଲକ୍ଷ୍ୟ କରାଯାଉଛି ଅବଶ୍ୟ ମୁଖ୍ୟମବୀଙ୍କ ପାଟକୁରା ପ୍ରଚାର ପରେ ଏମାନେ ବି ଟିକେ ସାହସ ଜୁଟାଇ ପାରିଛନ୍ତି ।