ଶ୍ରାବଣ ମାସରେ ଏହି କାରଣରୁ ମହିଳା ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟ ସହ ଏହାର କ’ଣ ରହିଛି ସମ୍ବନ୍ଧ
ଶ୍ରାବଣ ମାସରେ ବିଶେଷ କରି ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ବହୁତ ମହତ୍ତ୍ୱ ରହିଛି। ଏହି ପବିତ୍ର ମାସରେ ଚତୁଃପାଶ୍ୱର୍ ଶସ୍ୟଶ୍ୟାମଳା ଦେଖାଯାଏ। ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଆନ୍ତି। ମାତ୍ର ଏହି ମାସରେସବୁଜ ରଙ୍ଗ ଚୁଡ଼ି ପିନ୍ଧିବାର ମହତ୍ତ୍ୱ ବିଷୟରେ ଜାଣନ୍ତୁ
ବୈବାହିକ ଜୀବନ ସୁଖମୟ ହୋଇଥାଏ –

କ୍ୟାରିୟର ପାଇଁ ଶୁଭଫଳ ପ୍ରଦାନ କରେ –
ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତ। ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ସୌଭାଗ୍ୟ ପ୍ରାପ୍ତି ପାଇଁ –
ପ୍ରଭୁ ଶିବ ଜଣେ ଯୋଗୀ। ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ। ସବୁଜର ରଙ୍ଗ ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି।