ଇଶ୍ୱରଙ୍କ ସୃଷ୍ଟି ହେଲା ପ୍ରେମ ସମ୍ପର୍କ । ପ୍ରତ୍ୟକ ମଣିଷ ଏହି ପ୍ରେମ ସମ୍ପର୍କକୁ ଅନୁଭବ କରି ଜୀବନ ଅତିକ୍ରମ କରିଥାଏ । ଭଲପାଇବା ଜାତି,ଧର୍ମ,ରଙ୍ଗ ଏବଂ ବୟସ କିଛି ବି ଦେଖିନଥାଏ । କିନ୍ତୁ ଆଜି ଆମେ ଜଣାଇବାକୁ ଚାହିୁଛୁ ପ୍ରେମ ସମ୍ପର୍କ ଯଦି ଭାଙ୍ଗିଯାଏ ତେବେ ପୁରୁଷଙ୍କୁ ଅଧିକ କଷ୍ଟ ହୋଇଥାଏ । କାରଣ ପଢନ୍ତୁ …
ନିକଟରେ ଏକ ସର୍ଭେରେ ହୃଦୟ ଭାଙ୍ଗି ଯାଇଥିବା ୫୭ ଲୋକଙ୍କୁ ନିଆଯାଇଥିଲା । ଏଥିରେ ୨୭ ଜଣ ଝିଅ ଓ ୩୦ ଜଣ ପୁଅ ରହିଥିଲେ । ଏହି ପରିକ୍ଷାରୁ ଜଣାପଡିଥିଲା ଝିଅମାନେ ସମ୍ପର୍କ ଭାଙ୍ଗବାର କିଛି ଦିନ କଷ୍ଟ ପାଆନ୍ତି ପରେ ସେମାନେ ଏହି କଷ୍ଟ କମିଯାଇଥାଏ । କାରଣ ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ସହିଷ୍ଣୁ ହୋଇଥାନ୍ତି ।
ହେଲେ ଏହି ପରିକ୍ଷାରେ ଯେଉଁ ପୁରୁଷଙ୍କୁ ନିଆଯାଇଥାଏ ସେମାନେ ତାଙ୍କ ପ୍ରେମ ସମ୍ପର୍କ ଭାଙ୍ଗିବା କଷ୍ଟରୁ ବାହାରି ନଥିଲେ । ସମ୍ପର୍କ ଭାଙ୍ଗିବା ଅନେକ ସମୟ ପରେ ସେମାନ ଏହି କଷ୍ଟରୁ ବାହାରି ପାରିନଥିଲେ । ତାସହଏହି ସର୍ଭେରୁ ଜଣା ପଡିଛି ପ୍ରେମ ସମ୍ପର୍କ ପୁରୁଷଙ୍କ ମସ୍ତିଷ୍କ,ଶଶୀର ଓ ଆତ୍ମା ଆଦିରେ ସ୍ଥାୟୀ ଭାବେ ରହିଯାଇଥାଏ ଯାହା କେବେ ବି ବାହାରିନଥାଏ । ଯାହାଫଳରେ ପୁରୁଷମାନେ କେବେ ବି ଭାଙ୍ଗିଯାଇଥିବା ସମ୍ପର୍କକୁ ଭୁଲି ପାରନ୍ତି ନାହିଁ ଯାହା ତାଙ୍କୁ ଜୀବନସାରା କଷ୍ଟ ଦେଇଥାଏ ।