ପୋଷାକ ଆମ ଶରୀରକୁ ଘୋଡ଼ାଇ ରଖିବା ସହ ଆମ ବ୍ୟକ୍ତିତ୍ବକୁ ମଧ୍ୟ ପରିପ୍ରକାଶ କରିଥାଏ।ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ବିଷ୍ଣୁ ପୁରାଣରେ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ନିର୍ବସ୍ତ୍ର ହୋଇ କରିବା ଅଶୁଭ ବୋଲି ବିଚାର କରାଯାଇଥାଏ। ଏହା ବ୍ୟତୀତ ହିନ୍ଦୁ ଧର୍ମର କେତେକ ଶାସ୍ତ୍ର ଏବଂ ପୁରାଣରେ ମଧ୍ୟ ବ୍ୟକ୍ତିଙ୍କ କଲ୍ୟାଣ ଏବଂ ତାଙ୍କ ଖାଦ୍ୟ ପାନୀୟଠୁ ଆରମ୍ଭ କରି ତାଙ୍କର ବସ୍ତ୍ର ପରିଧାନ କରିବା ଯାଏଁ ନିୟମର ଉଲ୍ଲେଖ ରହିଛି। ହିନ୍ଦୁ ଧର୍ମ ଅନୁସାରେ ନିର୍ବସ୍ତ୍ର ହୋଇ କେବେ ଏହି ୩ଟି କାମ କରନ୍ତୁ ନାହିଁ।
୧. କେତେକ ଲୋକ ନିର୍ବସ୍ତ୍ର ହୋଇ ଦେବୀ-ଦେବତାଙ୍କ ଆରାଧନା କରିଥାଆନ୍ତି କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ନିର୍ବସ୍ତ୍ର ହେବା ପରିବର୍ତେ୍ ସିଲେଇ ହୋଇନଥିବା ପୋଷାକ ପିନ୍ଧିବା ଉଚିତ୍। ଏହା ବ୍ୟତୀତ ପୂଜା କିମ୍ବା ଯଜ୍ଞ ସମୟରେ ନିର୍ବସ୍ତ୍ର ହୋଇ ପୂଜା କରିବା ବିଧି ଅସଙ୍ଗତ ହୋଇଥାଏ। ଏଥିପାଇଁ ପୂଜା କରିବା ସମୟରେ ନିର୍ବସ୍ତ୍ର ହେବା ଅନୁଚିତ୍।
୨. ନିର୍ବସ୍ତ୍ର ହୋଇ ଶୋଇବା ଅନୁଚିତ୍ : ଶୋଇବାବେଳେ ନିର୍ବସ୍ତ୍ର ହୋଇ ଶୋଇବା ଲାଭଦାୟକ ହୋଇଥାଏ ବୋଲି ବିଜ୍ଞାନ ଦାବି କରୁଥିଲେ ମଧ୍ୟ ବିଷ୍ଣୁ ପୁରାଣ ଅନୁସାରେ ପୂରାପୂରି ନିର୍ବସ୍ତ୍ର ହୋଇ ଶୋଇବା ଅନୁଚିତ୍। ଏହା କରିବା ଦ୍ବାରା ଚନ୍ଦ୍ର ଦେବତାଙ୍କର ଅପମାନ ହୋଇଥାଏ। ଏହା ବ୍ୟତୀତ ଏହା ମଧ୍ୟ କୁହାଯାଏ ଯେ ରାତ୍ରି ସମୟରେ ପିତୃଗଣ ନିଜ ପରିବାର ଲୋକଙ୍କୁ ଦେଖିବାକୁ ଆସିଥାଆନ୍ତି ଏବଂ ସେମାନଙ୍କୁ ନିର୍ବସ୍ତ୍ର ଦେଖି ତାଙ୍କ ମନକୁ କଷ୍ଟ ହୋଇଥାଏ। ନିର୍ବସ୍ତ୍ର ହୋଇ ଶୋଇବା ଦ୍ବାରା ନକରାତ୍ମକ ଶକ୍ତି ଆପଣଙ୍କୁ ଶିକାର କରିଥାଏ।
୩.ନିର୍ବସ୍ତ୍ର ହୋଇ ସ୍ନାନ କରନ୍ତୁ ନାହିଁ : ବିଷ୍ଣୁ ପୁରାଣର ଦ୍ବାଦଶ ଅଧ୍ୟାୟରେ କୁହାଯାଇଛି ଯେ ବ୍ୟକ୍ତିଙ୍କୁ ପୂରାପୂରି ନିର୍ବସ୍ତ୍ର ହୋଇ ସ୍ନାନ କରିବା ଅନୁଚିତ୍ । ଯଦି ଆପଣ ସ୍ନାନ କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ଶରୀରରେ ଯେକୈାଣସି ଗୋଟିଏ ବସ୍ତ୍ର ରହିବା ଉଚିତ୍।ବାସ୍ତବରେ ଶ୍ରୀକୃଷ୍ଣ ନିଜର ରାସଲୀଳାରେ ଗାଧୋଇବା ସମୟରେ ଗୋପୀଙ୍କ ବସ୍ତ୍ର ଚୋରାଇ ଏହା ସନ୍ଦେଶ ଦେଇଥିଲେ ଯେ ମନୁଷ୍ୟଙ୍କୁ ଗାଧୋଇବା ସମୟରେ ନିର୍ବସ୍ତ୍ର ହେବା ଅନୁଚିତ୍ କାରଣ ଏହା ଦ୍ବାରା ଜଳ ଦେବତାଙ୍କ ଅପମାନ ହୋଇଥାଏ।