ଭୁବନେଶ୍ବର (ଚକ୍ରଧର ମାଝି) ଜଣକ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହେଲେ ସରକାର ଫସଲ ହାନୀ କିମ୍ଭା ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା କରିଥିବା କେବେ ବି ମାନି ନାହାନ୍ତି। କିନ୍ତୁ ସରକାରଙ୍କ ଏଭଳି ଚାଲକୁ ରାଜ୍ୟସଭାରେ ଧରାପକାଇ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଯାହା ଏବେ ସରକାରଙ୍କ ପାଇଁ ଆଡୁଆ ସୃ୍ଟେି କରିବାକୁ ଯାଉଛି। ଏପଟେ ବଲାଙ୍ଗୀର ଚାଷୀ ଭକ୍ତ ବନ୍ଧୁ ଦଣ୍ତସେନା ଆତ୍ମହତ୍ୟା କରିବା ପରେ ଚାଷୀ ହାଡୁ ବଗର୍ତୀଙ୍କ ପାଇଁ ଗଠନ ହୋଇଥିବା ଗୃହ କମିଟି ରିର୍ପୋଟ କୁଆଡେ ଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

