Odia News Portal

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍, କିଏ କିଏ ଆସନ୍ତୁ ଜାଣିବା ….

ମୁମ୍ବାଇ : ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ପୁଣି ଥରେ ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକତ୍ବ କରିବେ ବିରାଟ କୋହଲି । ବିଶ୍ବକପ୍ ୨୦୧୯ ପରେ ଭାରତୀୟ କ୍ରିକେଟ୍ ଦଳର ଏହା ପ୍ରଥମ ଗସ୍ତ । ମୁମ୍ବାଇରେ ବିସିସିଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍‌ର ଘୋଷଣା ହୋଇଛି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ସମେତ ଅନ୍ୟ ଚୟନକର୍ତ୍ତା ବିସିସିଆଇର କ୍ରିକେଟ୍ ସେଣ୍ଟରରେ ବୈଠକ କରିଥିଲେ । ଏହି ବୈଠକ ପରେ କେତେକ ଖେଳାଳିଙ୍କ ଭବିଷ୍ୟତର ଫଇସଲା ହୋଇଛି । ଏହି ଖେଳାଳିମାନଙ୍କୁ ଆଗାମୀ ଦିନରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଦେଖିବାକୁ ମିଳିପାରେ ।

ଶିଖର ଧାଓ୍ବନ ସୁସ୍ଥ ହେବା ପରେ ପୁଣି ଥରେ ଦଳକୁ ଫେରିଛନ୍ତି । ମହେନ୍ଦ୍ର ସିଂ ଧୋନୀ, ଯଶପ୍ରୀତ୍ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆରାମ ଦିଆଯାଇଛି । ସେହିଭଳି ଦୀନେଶ କାର୍ତ୍ତିକଙ୍କୁ ଖରାପ ପ୍ରଦର୍ଶନ ପାଇଁ ଟିମ୍ ରୁ ବାଦ୍ ଦିଆଯାଇଛି । ଅନ୍ୟପଟେ ଟେଷ୍ଟ ସିରିଜ୍ ପାଇଁ ରିଦ୍ଧିମାନ ଶାହା ଏବଂ ରିଷଭ ପନ୍ତଙ୍କୁ ଓ୍ବିକେଟ୍ କିପର ହିସାବରେ ଟିମ୍ ରେ ସାମିଲ କରାଯାଇଛି । ଏହି ଗସ୍ତ ସମୟରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଟି-୨୦, ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ପ୍ରଥମ ସପ୍ତାହରୁ ମ୍ୟାଚ୍ ଆରମ୍ଭ ହେବ । ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ୟୁଏସଏର ଫ୍ଲୋରିଡାରେ ଖେଳାଯିବ ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, କେ ଏଲ ରାହୁଲ, ଶ୍ରେୟସ ଅୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଓ୍ବିକେଟ୍ କିପର), କ୍ରୁଣାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ୍ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର ଏବଂ ନବଦୀପ ସାଇନି ।

ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ :

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, କେ ଏଲ ରାହୁଲ, ଶ୍ରେୟସ ଅୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଓ୍ବିକେଟ୍ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ ଏବଂ ନବଦୀପ ସାଇନି ।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ :

ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, କେ ଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ତ (ଓ୍ବିକେଟ୍ କିପର), ରିଦ୍ଧିମାନ ଶାହା (ଓ୍ବିକେଟ୍ କିପର), ଆର୍ ଅଶ୍ବିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ୍ ବୁମରାହ ଏବଂ ଉମେଶ ଯାଦବ ।