ଭୁବନେଶ୍ୱର : ଐତିହାସିକ ପଟିଆ ବନ୍ଧ ଆନ୍ଦୋଳନ
କମିଟିର ସମ୍ପାଦକ କମ୍ରେଡ୍ ବନମାଳୀ ଜେନାଙ୍କର ତୃତୀୟ
ବାର୍ଷିିକ ସ୍ମୃତି ସମାରୋହ କାନନ ବିହାର ଲେନ୍ ଠାରେ
ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି
ପ୍ରେମାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ
ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର
ରାଉତ ସମ୍ମାନୀତ ଅତିଥିଭାବେ, ସି.ପି.ଏମ୍. ସଂପାଦକ ସୁର
ଜେନା, ଅନ୍ନପୂର୍ଣ୍ଣା ମିଶ୍ର, ସୁବାଷ ପାତ୍ର, କିଶୋର
ଜେନା, ଅଶୋକ ପାତ୍ର, କବିରାଜ ବିଧାର ପ୍ରମୁଖ
ଯୋଗଦାନ କରି କହିଥିଲେ ଯେ କମ୍ରେଡ୍ ବନମାଳୀ ଜେନା
ଜଣେ ନିର୍ଭିକ, ସଚ୍ଚୋଟ, ନ୍ୟାୟବନ୍ତ ପ୍ରତୀକ ଥିଲେ ।

ଜୀବନରେ ନିଜ ପରିଶ୍ରମରେ, ନିଜ ଗୋଡରେ ଚାଲିବା
ବ୍ୟକ୍ତି ଅତି ବିରଳ । ଜୀବନଯାତ୍ରା ପଥରେ କାହାକୁ ହାତ
ପତାଇବାର ନାହିଁ କି ମୁଣ୍ଡ ନୁଆଁଇବାର ନାହିଁ । ନ୍ୟାୟର
ପଥପଦର୍ଶକରେ ସର୍ବଦା ପୂଜିତ । ଏହାଥିଲା ତାଙ୍କ ଜୀବନର ଧର୍ମ । ଶିକ୍ଷା, ସ୍ୱାସ୍ଥ୍ୟ,ଧର୍ମ ପ୍ରତି ତାଙ୍କର ଥିଲା ଅନାବିଳ ସ୍ନେହ
ମମତା । ଦୀର୍ଘ ୭୮ ବର୍ଷ ପରେ ୨୦୧୦ ମସିହାରେ ପଟିଆ
ବଡଦାଣ୍ଡରେ ଜଗନ୍ନାଥ ରଥ ଗଡିବା ଥିଲା ତାଙ୍କ ଜୀବନର
ଶ୍ରେଷ୍ଠ ଅବଦାନ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ସେବା ପାଇଁ ସାତ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କମ୍ରେଡ୍ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପର୍ଶୁରାମ ରାଉତରାୟ, ରତ୍ନାକର ବଡୁ, ପର୍ଶୁରାମ ପତି, ଅଲେଖ ଚନ୍ଦ୍ର ନାୟକ, ସୁଧାକର ଦାସ, ଦିବାକର ପରିଡା, ବଟକୃଷ୍ଣ ନନ୍ଦ । ସ୍ମୃତି କମିଟିର ସଭାପତି ନୃିସିଂହ ଚରଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ସଂପାଦକ ନୃସିଂହ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ଶେଖର ମହାପାତ୍ର, ଗିରିଜା ଶଂକର ମହାପାତ୍ର ପରିଚାଳନା କରିଥିଲେ ।