ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଆବାସିକ କଲ୍ୟାଣ ସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ହାଉସିଂବୋର୍ଡ କଲୋନୀ ସ୍ଥିତ ଦୁର୍ଗାପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ଜଗଦିଶ୍ ଚନ୍ଦ୍ର ରଥ ଉଦ୍ଘାଟନ କରି କହିଥିଲେ ଆଜିକାଲି ମଧୁମେହ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏଥିପାଇଁ ସଚେତନତା ଆବଶ୍ୟକ । ଖାଦ୍ୟପେୟ ଓ ଶାରୀରିକ ବ୍ୟାୟାମା ମାଧ୍ୟମରେ ଏହାକୁ କିଛିମାତ୍ରାରେ ଉପଶମ କରିହେବ । ସକାଳ ୮.୩୦ ରୁ
ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଛାଲିଥିଲା

ପ୍ରସୂତି ବିଭାଗର ଅଭିଜ୍ଞ ଡାକ୍ତର ଶୈଳବାଳା ମିଶ୍ର ଏବଂ ଶୈଲ୍ୟ
ବିଭାଗର ଡାକ୍ତର ଗୋବିନ୍ଦ ଚନ୍ଦ୍ର ମିଶ୍ର ଯୋଗଦେଇ ଲୋକମାନଙ୍କୁ ସେବା ଯୋଗାଇ ଦେଇଥିଲେ । ଏଥିରେ ରକ୍ତ·ପ, ମଧୁମେହ ଓ ଇସିଜି ପରିକ୍ଷା କରାଯାଇଥିଲା । ସଂଘର ସଂପାଦକ ଅଭିମନ୍ୟୁ ଗିରି, ସମସ୍ତ କର୍ମକତା ଓ
ଅନ୍ନପୂର୍ଣ୍ଣା ଯୁବକ ସଂଘ ଏବଂ ଏଲ୍ପି ଟିମ୍ର ସଦସ୍ୟମାନେ ସାହାଯ୍ୟ ସହଯୋଗ କରିଥିଲେ ।