Odia News Portal

୪ଦିନରେ ୬୪କୋଟି

ନୂଆଦିଲ୍ଲୀ()  ୪ଦିନ ମଧ୍ୟରେ ଫିଲ୍ମ ୬୪ କୋଟି ବ୍ୟବସାୟ କରିଛି ଦ ଲାୟନ କିଙ୍ଗ୍ । କେବଳ ସେତିକି ନୁହେଁ ବକ୍ସ ଅଫିସରେ ଫିଲ୍ମ ଆଭେଞ୍ଜର୍ସ ସିରିଜକୁ ଟକ୍କର ଦେଇ ୩ୟ ସ୍ଥାନରେ ରହିଛି । ତେବେ ବ୍ୟବସାୟକୁ ଦେଖି ପରିଲଖିତ ହେଉଛି କି, ପ୍ରଥମ ସପ୍ତାହରେ ପ୍ରାୟ ୮୦ କୋଟି ବ୍ୟବସାୟ କରିବ । ଭାରତରେ ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମ ୧୩.୧୭ କୋଟି ବ୍ୟବସାୟ କରିଥିଲା । ସମ୍ପୁର୍ଣ୍ଣ ଦେଶରେ ୨,୧୪୦ ପରଦାରେ ଜୁଲାଇ ୧୯ରେ ଏହାକୁ ରିଲିଜ କରାଯାଇଥିଲା । ଉଭୟ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଏହାକୁ ରିଲିଜ କରାଯାଇଥିଲା । ଏହି ଫିଲ୍ମରେ ହିନ୍ଦୀ ଭର୍ଜନ ଶାହାରୁଖ ଖାନ ଏବଂ ତାଙ୍କ ପୁଅ ଆର୍ୟ୍ୟାନ ଖାନ ମୁଖ୍ୟ ଭୂମିକାର ସ୍ୱର ଦେଇଥିଲେ ।