Odia News Portal

ମିଛୁଆଙ୍କ ସର୍ଦ୍ଧାର ଟ୍ରମ୍ପ

ମିଛ କହିବାରେ ମାହିର ଟ୍ରମ୍ପ । ପ୍ରତିଦିନ ପ୍ରାୟ ୧୨ ଥର ମିଛ କହିଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି । ନିଜେ ରାଷ୍ଟ୍ରପତିଙ୍କ ଏହି ସତ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାର ଏକ ଖବରକାଗଜ । ୱାସିଂଟନ ପୋଷ୍ଟ ରିପୋର୍ଟ ମୁକାବକ ରାଷ୍ଟ୍ରପତି ହେବା ପରେ ୮୬୯ ଦିନରେ ୧୦୭୯୬ ଥର ମିଛ କହିଛନ୍ତି ।

ୱାସିଂଟନ ପୋଷ୍ଟ୍ ଦାବି କରିଛି ଯେ ବିଦେଶ ନୀତି ସଂକ୍ରାନ୍ତରେ ରାଷ୍ଟ୍ରପତି ଟ୍ରମ୍ପ୍ ଏ ପର୍ୟ୍ୟନ୍ତ ୯୯ ଏବଂ ବାଣିଜ୍ୟ କାରବାର ସଂକ୍ରାନ୍ତରେ ୮୫୪ ଥର ମିଛ କହି ସାରିଛନ୍ତି । ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପ୍ ୭୯୦ ଥର ମିଛ କହିଥିବା ବେଳେ ଅନ୍ୟ ମାମଲାରେ ୮୯୯ ଥର ମିଛ କହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ଦୁଇ ଦିନ ତଳେ ରାଷ୍ଟ୍ରପତି ଟ୍ରମ୍ପ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ଆଲୋଚନା ବେଳେ ଗଣମାଧ୍ୟମକୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛି ଏବଂ ମୋଦୀ ତାଙ୍କୁ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପ୍ଙ୍କ ଏହି ମିଛ ଭାରତରେ ଝଡ଼ ସୃଷ୍ଟି କରିଛି ଏବଂ ଆମେରିକା ପ୍ରଶାସନକୁ ମଧ୍ୟ ଅଡ଼ୁଆରେ ପକାଇଛି ।