Odia News Portal

ରାଜଧାନୀର ବାର୍‌ରେ ପୋଲିସର ଚଢାଉ

ଭୁବନେଶ୍ବର :  ଭୁବନେଶ୍ବରରେ ପୁଣି ବାରରେ କମିଶନରେଟ୍ ପୋଲିସ ଚଢାଉ କରିଥିଲା । ରାଜଧାନୀରେ ଥିବା ଏକାଧିକ ବାରଗୁଡ଼ିକରେ ଚଢାଉ କରିଥିଲା ପୋଲିସ । କଟକ ରୋଡ୍ ସ୍ଥିତ ବାର୍ ଗୁଡିକରେ ଲକ୍ଷ୍ମୀସାଗର ପୋଲିସ କିଛି ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି ପୋଲିସ । ବେଆଇନ ଭାବେ ବାର୍ ଗୁଡ଼ିକରେ ଡ୍ୟାନ୍ସ ଚାଲିଥିବାର ଖବର ପାଇ ରେଡ୍ କରିବା ସହ ଡ୍ୟାନ୍ସରମାନଙ୍କୁ ଥାନାକୁ ନେଇଥିଲା ପୋଲିସ । ଫଳରେ ଲକ୍ଷ୍ମୀସାଗର ଥାନା ଆଗରେ ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଥିଲା । ଉଦ୍ଧାର ଡ୍ୟାନ୍ସର ସବୁ ରାଜ୍ୟ ବାହାର ଥିବା ସୂଚନା ମିଳିଛି ।

ସମସ୍ତ ଡ୍ୟାନ୍ସରମାନଙ୍କର ଆଇଡି ପ୍ରୁଫ୍ ରଥି ଛାଡିଦେଇଥିବା ଜଣାପଡିଛି । ଏଭଳି ବହୁବାର ପୂର୍ବରୁ ମଧ୍ୟ ବାର୍ ମାନଙ୍କରେ ପୋଲିସ ଚଢାଉ କରି ଡ୍ୟାନ୍ସରମାନଙ୍କୁ ଉଦ୍ଧାର କରି ପରବର୍ତ୍ତି ସମୟରେ ସେମାନଙ୍କୁ ଛାଡିଦିଆଯାଇଥାଏ । ତେବେ ବାରମ୍ବାର ଏଭଳି ଚଢଉ ହେବା ସତ୍ତ୍ବେ ବାରମ୍ବାର ଏଭଳି ବାର୍ ଗୁଡିକରେ ଡ୍ୟାନ୍ସ ନିୟମିତଭାବେ ଚାଲିଛି ।