ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ ହୋଇଛି । ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଟିମ୍ ଟାଟା ଷ୍ଟିଲ୍ ଏକାଦଶ, ମିଡିଆ ଏକାଦଶ, ଲିଡର୍ସ ଏକାଦଶ ଏବଂ ବ୍ୟୁରୋକ୍ରାଟ୍ସ ଏକାଦଶ ଭାଗ ନେଇଥିଲେ । ନେଇଥିଲେ । ଏଥିରେ ଲିଡର୍ସ ଏକାଦଶ ମିଡିଆ ଏକଦଶକୁ ହରାଇ ଫାଇନାଲକୁ ଯାଇଥିଲା । ହେଲେ ବ୍ୟୁରୋକ୍ରାଟଙ୍କୁ ହଇଥିବା ଟିମ ଟାଟା ଆଗରେ ହାରିଯାଇଥିଲା ।

ସାମ୍ବାଦିକଙ୍କୁ ହରାଇଲେ କିନ୍ତୁ ଟାଟା ବିପକ୍ଷରେ ଫେଲ
ପୁରସ୍କାର ବିତରଣ ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଶିକ୍ଷା ବିଭାଗ ସେକ୍ରେଟାରୀ ଶାଶ୍ୱତ ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଷ୍ଟିଲ୍ ଓ ମାଇନ୍ସ ସେକ୍ରେଟାରୀ ଏସକେ ପୋପିଲ୍, ସିନିୟର ଜର୍ଣ୍ଣାଲିଷ୍ଟ୍ ରାଜାରାମ ଶତପଥୀ, ଦେବୀ ପଟ୍ଟନାୟକ, ଟାଟା ଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ୍ ଅରୁଣ ମିଶ୍ର, ଟାଟା ଷ୍ଟିଲ୍ ସିଓସ ସୁବୋଧ ପାଣ୍ଡେ, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସର ଜିଏମ୍ ଆରଆର୍ ଶତପଥୀ, ଟାଟା ଷ୍ଟିଲ୍ ସିଅ ।ରଇ ଦେବାଶିଷ ଜେନା, ଟାଟା ଷ୍ଟିଲ୍ ବିଏସଏଲ୍ ଚିଫ୍ କର୍ପୋରେଟ୍ ସର୍ଭିସେସର ମଣିକାନ୍ତ ନାଏକ ଉପସ୍ଥିତ ରହି ଚାମ୍ପିଅନ୍ ଓ ରନର୍ସଅପ୍ ଟିମକୁ ଟ୍ରଫି ପ୍ରଦାନ କରିଥିଲେ ।
