Odia News Portal

ବସ ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର ୭ ଆହାତ

ସମ୍ବଲପୁର : ସମ୍ବଲପୁରରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ ଦୁଇଟି ବସ୍ ଦୁର୍ଘଟଣା ହୋଇଛି । ଉଭୟ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।

ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବରରୁ ବରଗଡ ଆସୁଥିଲା ‘ମିନୁ’ ବସ୍ । ସେହିଭଳି ସମ୍ବଲପୁରରୁ ଅନୁଗୋଳ ଯାଉଥିଲା ‘ଉଷା’ ବସ୍ । ଅଣଓସାରିଆ ରାସ୍ତା ଥିବାରୁ ବସ୍ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୪ ଦିନ ତଳେ ଏହି ସ୍ଥାନରେ ଭାରସାମ୍ୟ ହରାଇ ବସ୍ ଓଲଟିପଡିଥିଲା । ବସ୍ ଓଲଟିବା ଫଳରେ ୧୧ଜଣ ଆହତ ହୋଇଥିଲେ ।