ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କ୍ଷମତାଶାଳୀ ଦମ୍ପତି । ସ୍ବାମୀ ସମବାୟ ସମିତି ସଭାପତି ଓ ସ୍ତ୍ରୀ ସରପଞ୍ଚ ଅଛନ୍ତି । ସ୍ବାମୀ ନଗେନ୍ଦ୍ର ବିଶ୍ବାଳ ଭଦ୍ରକ ଜିଲ୍ଲା ବରଣ୍ଡୁଆ ସମବାୟ ସମିତି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ବସନ୍ତି ମଞ୍ଜରୀ ବିଶ୍ବାଳ ବରଣ୍ଡୁଆ ପଞ୍ଚାୟତର ସରପଞ୍ଚ ଅଛନ୍ତି । ବରଣ୍ଡୁଆ ବାସଭବନ , ବାସୁଦେବପୁର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।
ବରଣ୍ଡୁଆ ଗାଁ ବାସଭବନ, ପେଟ୍ରୋଲ ପମ୍ପ, ବେତଡା ବଜାରର ବାସଭବନ,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ପୁତୁରା ବାସଭବନ, ବାସୁଦେବପୁର ସ୍ଥିତ ଶାଳକଙ୍କ ବାସଭବନ, ଛତୁଆ ଫ୍ୟାକ୍ଟ୍ରି, ବରଣ୍ଡୁଆ ପଂଚାୟତର କାର୍ଯ୍ୟାଳୟ, ରାଇସ ମିଲ, ବରଣ୍ଡୁଆ ସମବାୟ ସମିତି କାର୍ଯ୍ୟାଳୟ , ବେତଡା ସ୍ଥିତ ହିରୋ ସୋ ରୁମରେ ଚଢାଉ ଜାରି ରହିଛି ।
