ଲଡରହିଲ : ଆମେରିକା ଫ୍ଲୋରିଡାର ଲଡର ହିଲରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଟିକୁ ଟିମ୍ ଇଣ୍ଡିଆ ଅକ୍ଲେଶରେ ଜିତିଯାଇଛି। କ୍ୟାପ୍ଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜକୁ ଧୂଳିଚଟେଇଥିଲେ।
ତେବେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୯ଟି ୱିକେଟ୍ ବିନିମୟରେ ୯୫ ରନ୍ କରିଥିବା ବେଳେ ଭାରତ ୧୭ ଓଭର ୨ଟି ବଲ ଖେଳି ୬ ୱିକେଟ୍ ବିନିମୟରେ କରିଥିଲା ୯୮ ରନ। ୱେଷ୍ଟଇଣ୍ଡିଜର କାୟରନ ପୋଲାର୍ଡ ସର୍ବାଧିକ ସର୍ବାଧିକ ୪୯ ରନ କରିଥିବା ବେଳେ ଭାରତୀୟ ବୋଲର ନବଦୀପ ସୈନିଙ୍କୁ ମିଳିଛି ସର୍ବାଧିକ ୩ ୱିକେଟ୍ । ଭାରତର ଓପ୍ନର ରୋହିତ ଶର୍ମା ସର୍ବାଧିକ ୨୪ ରନ କରିଛନ୍ତି। ଅଧିନାୟକ ବିରାଟ କୋହଲି ଓ ପାଣ୍ଡେ ପ୍ରତ୍ୟେକ ୧୯ ରନ ଲେଖାଏଁ କରିଥିବା ବେଳେ ପାଣ୍ଡ୍ୟା ୧୨, ରବିନ୍ଦ୍ର ଜାଡେଜା ୧୦ ଓ ୱାସିଂଟନ ସୁନ୍ଦର ୮ ରନ କରି କ୍ରିଜରେ ନଟ୍ ଆଉଟ୍ ଅଛନ୍ତି।
