Odia News Portal

ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତର ପୁରୁଷ ଓ ମହିଳା ଦଳ ଘୋଷିତ, ଦଳରେ ଅଛନ୍ତି ୪ ଜଣ ଓଡ଼ିଆ

ଭୁବନେଶ୍ୱର : ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷିତ ହୋଇଛି। ୧୨ ଜଣିଆ ମହିଳା ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ, ହୁପି ମାଝୀ, ମୀରାରାଣି ହେମ୍ବ୍ରମ୍‌ ଓ ଶୁଭଲକ୍ଷ୍ମୀ ବାରିକ।

ଏହି ୪ ଜଣଙ୍କ ଭିତରୁ ସୁମିତ୍ରା ନାୟକ, ହୁପି ମାଝୀ ଓ ମୀରାରାଣି ହେମ୍ବ୍ରମ୍‌ କିସ୍‌ ଛାତ୍ରୀ। ରଗବୀ ଇଣ୍ଡିଆ ତରଫରୁ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରାଯାଇଛି। ଏହି ଅବସରେ ଉପସ୍ଥିତିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହାର, କ୍ରୀଡ଼ା ସଚିବ ବିଶାଳ ଦେବ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ୟୁ କେ ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ରାହୁଲ ବୋଷ ଉପସ୍ଥିତ ଥିଲେ। ଜାକର୍ତ୍ତାରେ ଆସନ୍ତା ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି।

( ଭୁବନେଶ୍ବରରୁ କ୍ରୀଡ଼ା ସାମ୍ବାଦିକ ଚକ୍ରଧର ମାଝି )