Odia News Portal

ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ପାସ

ନୂଆଦିଲ୍ଲୀ() ଜମ୍ମୁ-କଶ୍ମୀରରେ ପୁନର୍ଗଠନ ବିଲ ଲୋକସଭାରେ ପାସ ହୋଇଛି । ଏହି ବିଲ ସପକ୍ଷରେ ୩୬୭ ଭୋଟିଂ ଥିବା ବେଳେ ବିପକ୍ଷରେ ୬୭ ଭୋଟଂ ମିଳିଛି ।

ଗତକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ୧୨୫ ଜଣ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ବିଲ୍ ବିରୋଧରେ ୬୧ ଟି ଭୋଟ ପଡ଼ିଛି । ଚିଠା ଜରିଆରେ ଏହି ଭୋଟ ହୋଇଥିଲା । ଏହି ବିଲରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଜାମ୍ମୁ ଓ କାଶ୍ମୀର ଠାରୁ ଲଦାଖ୍ କୁ ଅଲଗା କରାଯାଇଛି ।
ଉଭୟ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି ।

। ତେବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । ଦିଲ୍ଲୀ ଭଳି ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳଙ୍କ ହାତରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ରହିବ । ହେଲେ ଲଦାଖରେ ବିଧାନସଭା ରହିବ ନାହିଁ, ସେଠାରେ ଲେଫନାଂଟ ଗଭର୍ଣ୍ଣରଙ୍କ ଜରିଆରେ କେନ୍ଦ୍ର ସରକାର ଶାସନ କରିବେ । ଲୋକସଭା କାର୍ୟ୍ୟ ଆରମ୍ଭ ହେବା ମାତ୍ରେ କଥା କଟାକଟି ହୋଇଥିଲା । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଶାହା ।